ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭୋଟ ଜାଲିଆତି ହୋଇଛି - ବିଜେଡି
ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଭୋଟ ଜାଲିଆତି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଯେ କାହାର ବିଶ୍ୱାସ ନଥିବ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ, ଆମେ ସେହି ଭାଷାରେ କହିବା ଠିକ ହେବନି। ବିଜେଡି ପକ୍ଷରୁ ଅମର ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ଭୋଟ ଜାଲିଆତି
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭୋଟ ଜାଲିଆତି ହୋଇଛି - ବିଜେଡି


ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଭୋଟ ଜାଲିଆତି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଯେ କାହାର ବିଶ୍ୱାସ ନଥିବ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ, ଆମେ ସେହି ଭାଷାରେ କହିବା ଠିକ ହେବନି। ବିଜେଡି ପକ୍ଷରୁ ଅମର ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ଭୋଟ ଜାଲିଆତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ବି ହୋଇଛି। ଫର୍ମ ୧୭ ସି ଏଯାଏଁ ଦିଆଗଲାନି। ଏହାକୁ ଦେବାକୁ ଦାବି କରିଛି ବଜେଡି। ଏହାକୁ ନ ଦେଖି ଲାଞ୍ଝନା ଆଣିବା ପିଲାଲିଆମି। ଯେ କୌଣସି ଦଳର ହୁଅନ୍ତୁ କିନ୍ତୁ ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତୁ। ଆଶ୍ଚର୍ଯ୍ୟରେ କଥା ହେଉଛି ଏହି ପ୍ରସଙ୍ଗରେ ଦୁଇ ରାଷ୍ଟ୍ରୀୟ ଦଳ ଚୁପ।ବିଜେପି କୋଟିଆ ନେଇ କିଛି କହୁନି । ସେପଟେ କଂଗ୍ରେସ ଏତେ ପ୍ରେସ ମିଟ କଲାଣି କିନ୍ତୁ ଫଳ କିଛି ନାହିଁ। କଂଗ୍ରେସ ନିଜେ ବଳିୟାନ ହଉ , ବିଜେଡି କାନ୍ଧରେ ଲାଉ ହୁଅନ୍ତୁ ନାହିଁ।ଇସିଆଇଙ୍କୁ ଆମେ ସମ୍ମାନ କରୁ। ଆସନ୍ତା ୧୯ ତାରିଖରେ ପୁଣି ବିଜେଡି ଇସିଆଇ ଯିବ। ପିସିସି ସଭାପତି ଭକ୍ତ ଦାସ ବିଜେପି ଉପରେ କିଛି ନ କହି କେବଳ ବିଜେଡିକୁ ଟାଣୁଛନ୍ତି ବୋଲି କହିଛନ୍ତି ଲେନିନ ମହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande