ଲକ୍ଷେ ତୁଳସୀରେ ସଜେଇ ହେଲେ ମହାପ୍ରଭୁ ବଳଦେବ ଜୀଉ
କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ଲକ୍ଷେ ତୁଳସୀରେ ସଜେଇ ହେଲେ ମହାପ୍ରଭୁ ବଳଦେବ ଜୀଉ। ତୁଳସୀ କ୍ଷେତ୍ରରେ ବଳଦେବ ଜୀଉଙ୍କ ଜନ୍ମ ଉତ୍ସବ ରକ୍ଷାବନ୍ଧନ ନୀତି ପାଳନ ହୋଇଛି। ବହୁ ଭକ୍ତଙ୍କ ସମାଗମ, ସେବାୟତଙ୍କ ଦ୍ଵାରା ଖିରି ପିଠା କାନିକା ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇ କେନ୍ଦ୍ରାପଡ଼ାର ଆରାଧ୍ୟ ଦ
ଲକ୍ଷେ ତୁଳସୀରେ ସଜେଇ ହେଲେ ମହାପ୍ରଭୁ ବଳଦେବ ଜୀଉ


କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ଲକ୍ଷେ ତୁଳସୀରେ ସଜେଇ ହେଲେ ମହାପ୍ରଭୁ ବଳଦେବ ଜୀଉ। ତୁଳସୀ କ୍ଷେତ୍ରରେ ବଳଦେବ ଜୀଉଙ୍କ ଜନ୍ମ ଉତ୍ସବ ରକ୍ଷାବନ୍ଧନ ନୀତି ପାଳନ ହୋଇଛି। ବହୁ ଭକ୍ତଙ୍କ ସମାଗମ, ସେବାୟତଙ୍କ ଦ୍ଵାରା ଖିରି ପିଠା କାନିକା ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ଜନ୍ମ ଉତ୍ସବ ରକ୍ଷାବନ୍ଧନ ନୀତି ଧୁମ୍ ଧାମରେ ପାଳନ କରାଯାଇଛି। ଆଜି ପ୍ରତ୍ୟୁଷରୁ ଦ୍ଵାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା। ପରେ ନୀତି ସ୍ନାନ, ବଲ୍ଲଭ, ସକାଳ ଧୂପ ନଅ ଟା ବେଳକୁ ସମ୍ପନ୍ନ କରାଯାଇଥିଲା। ପରେ ମହାପ୍ରଭୁଙ୍କ ରାଜାଧୀରାଜ ବେଶ ଅନୁଷ୍ଠିତ ହୋଇଥିଲା। ବେଶ ସମ୍ପନ୍ନ ପରେ ଜନ୍ମ ଅଭିଷେକ ଗମା ଅଭିଷେକ, ମଙ୍ଗଳାର୍ପଣ ଖିରି ପିଠା ପେଡା ଭୋଗ କରାଯାଇଥିଲା। ପରେ ସୁସଜ୍ଜିତ ଚନ୍ଦନ ଅଗୁରୁ ମିଶ୍ରିତ ଲକ୍ଷେ ତୁଳସୀ ଭକ୍ତ ସମାଜଙ୍କ କଲ୍ୟାଣ ନିମନ୍ତେ ପୂଜା ପଣ୍ଡାଙ୍କ ଦ୍ଵାରା ପ୍ରଭୁଙ୍କ ଶ୍ରୀ ଚରଣେ ସମର୍ପିତ ହୋଇଥିଲା। ବାଇଶି ପାହାଚ ତଳେ ସେବାୟତଙ୍କ ଦ୍ଵାରା ବିଶ୍ଵ କଲ୍ୟାଣ ନିମନ୍ତେ ଯଜ୍ଞ ପାଠ କରାଯାଇଥିଲା। ପ୍ରସାଦ ସେବନ ଖିରି ପିଠା ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। ପବିତ୍ର ରକ୍ଷା ବନ୍ଧନ ଥିବାରୁ ପୁରୀରୁ ଆସିଥିବା ପାଟ ରାକ୍ଷୀ ସୁଭଦ୍ରା ପଣ୍ଡାଙ୍କ ଦ୍ଵାରା ବଳଦେବ ଜୀଉ ଜଗନ୍ନାଥଙ୍କୁ ପିନ୍ଧା ଯାଇଥିଲା। ସମସ୍ତ ନୀତି କାର୍ଯ୍ୟରେ ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୁପର ଭାଇ ଜର ନୃସିଂହ ଚରଣ ପତ୍ରୀ ଜ୍ୟୋତି ରଞ୍ଜନ ପତ୍ରୀ ବଡ଼ପଣ୍ଡା ମାଧବ ପତ୍ରୀ ସହଯୋଗ କରିଥିଲେ। ଦୁଇ ପ୍ରହର ଧୂପ ସନ୍ଧ୍ୟା ଆଳତି ରାତ୍ର ଧୂପ ଯଜ୍ଞ ପୂର୍ଣ୍ଣାହୁତି ବଡ଼ ସିଂହାର ପୁଷ୍ପାଞ୍ଜଳି ପହୁଡ଼ ଲାଗି ସମ୍ପନ୍ନ ବେଳକୁ ରାତ୍ର ଦୁଇଟା ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande