ଭୋପାଳରେ ରକ୍ଷାବନ୍ଧନ ପର୍ବ ପାଳନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ, ମହିଳାମାନେ ବାନ୍ଧିଲେ ରାକ୍ଷୀ
ଭୋପାଳ, ୦୯ ଅଗଷ୍ଟ (ହି.ସ.) – କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦନ ମଧ୍ୟପ୍ରଦେଶ ଗସ୍ତ ସମୟରେ ରାଜଧାନୀ ଭୋପାଳରେ ଉତ୍ସାହର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମହିଳାମାନେ ମାମାଙ୍କ ଘରେ ପହଂଚି ତାଙ୍କ ହାତରେ ରା
ଭୋପାଳରେ ରକ୍ଷାବନ୍ଧନ ପର୍ବ ପାଳନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ, ମହିଳାମାନେ ବାନ୍ଧିଲେ ରାକ୍ଷୀ


ଭୋପାଳ, ୦୯ ଅଗଷ୍ଟ (ହି.ସ.) – କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦନ ମଧ୍ୟପ୍ରଦେଶ ଗସ୍ତ ସମୟରେ ରାଜଧାନୀ ଭୋପାଳରେ ଉତ୍ସାହର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମହିଳାମାନେ ମାମାଙ୍କ ଘରେ ପହଂଚି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଚୌହାନ କହିଥିଲେ ଯେ, ଯେତେ ପର୍ଯ୍ୟନ୍ତ ତାଙ୍କ ନିଶ୍ୱାସ ଚାଲିଥିବ, ସେତେପର୍ଯ୍ୟନ୍ତ ଭଉଣୀଙ୍କ ସୁଖ, ସମ୍ମାନ ଏବଂ ଖୁସି ପାଇଁ କାର୍ଯ୍ୟ କରିବି । କେନ୍ଦ୍ର ମନ୍ତ୍ରୀ ଚୌହାନ କହିଥିଲେ ଯେ, ଭଉଣୀ ମାନଙ୍କର ସେବା କରିବା ମୋ ପାଇଁ ଭଗବାନଙ୍କ ପୂଜା କରିବା ଭଳି । ଯେ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି କୌଣସି ଭଉଣୀ କହିପାରିବ ନାହିଁ ଯେ, ତାଙ୍କର ଭାଇ ନାହିଁ । ଏହି ସମୟରେ ଲାଡ଼ଲି ବେହେନା ଏବଂ ଲାଡ଼ଲି ଲକ୍ଷ୍ମୀ ଭଳି ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ଏ ଗୁଡ଼ିକୁ ଅନେକ ରାଜ୍ୟ ଭିନ୍ନ ଭିନ୍ନ ନାମରେ କାର୍ଯ୍ୟକାରୀ କରିଛନ୍ତି । ଏହି ଅବସରରେ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ଲାଡ଼ଲି ବେହେନା ଯୋଜନାରେ ପରିମାଣ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯିବ ଏବଂ ସରକାର ଏହି ଦିଗରେ କାର୍ଯ୍ୟ କରୁଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସମସ୍ତ ଭାଇଭଉଣୀ ମାନଙ୍କୁ ରକ୍ଷା ବନ୍ଧନ ପାଇଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋର ପ୍ରିୟ ଭଉଣୀମାନେ ଯେତେବେଳେ ତୁମର ପ୍ରେମର ସୂତ୍ର ମୋ କାନ୍ଧରେ ବାନ୍ଧି ହୁଏ, ତାହା ମୋତେ ସେବା କରିବାର ସଂକଳ୍ପ ଦେଇଥାଏ । ମୁଁ ଯେ ପର୍ଯ୍ୟନ୍ତ ବଂଚିଛି, ତୁମର ଖୁସି, ସମ୍ମାନ ଏବଂ ହସ ପାଇଁ କାମ କରିବି । ଏହି ରାକ୍ଷୀରେ ଭାରତକୁ ନିଜର କରିବାର ପ୍ରତିଜ୍ଞା ନିଅ । ସମସ୍ ଭାଇ ଓ ଭଉଣୀ ମାନଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande