ଭୁବନେଶ୍ବର,09 ଅଗଷ୍ଟ (ହି.ସ.)
ସଙ୍ଗୀନ ଫାଉଣ୍ଡେସନ୍ ତରଫରୁ ଏକ ନିଆରା ଢଙ୍ଗରେ ଭୁବନେଶ୍ୱରସ୍ଥିତ ଚେତନା ମାନସିକ ଅନଗ୍ରସର ସ୍କୁଲ୍ ପରିସରରେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଗହଣରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି । ଅନୁଷ୍ଠାନର ସେଚ୍ଛାସେବୀମାନେ ଉକ୍ତ ସ୍କୁଲ୍ରେ ପଢୁଥିବା ସମସ୍ତ ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ରାକ୍ଷୀ ବାନ୍ଧବା ସହ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବନ କରି ଧୁମ୍ଧାମ୍ରେ ଏହି ରକ୍ଷାବନ୍ଧନଟିକୁ ପାଳନ କରାଯାଇଥିଲା । ତତ୍ସହ ଅନୁଷ୍ଠାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବୃକ୍ଷକୁ ରାକ୍ଷୀ ବାନ୍ଧି ଅନ୍ୟ ଏକ ଭିନ୍ନ ଢଙ୍ଗରେ ରକ୍ଷାବନ୍ଧନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ପାଇକ ଆଖଡ଼ା ସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା, ସମାଜସେବୀ ସସ୍ମିତା ପାହାଡ଼ସିଂହ, ଯୁବନେତା ତଥା ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ, ଚେତନାର ସ୍କୁଲ୍ର ଅଧ୍ୟକ୍ଷ ଲକ୍ଷ୍ମଣ ଗୌଡ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଅଧ୍ୟକ୍ଷା ନୀଳିମା ଦାସ ଓ ଅନୁଷ୍ଠାନର ସଦସ୍ୟା ବିଷ୍ଣୁପ୍ରିୟା ଦାସ, ସୁନିତା ସାମଲ, ଅରୁନ୍ଧତୀ ମିଶ୍ର, ସ୍ୱପ୍ନା ଦାସ, ମମତା ମୁଦୁଲି, ଲଳନା ବେହେରା, ଧୂପାନିତା ମଲ୍ଲିକ, ନର୍ଲିପ୍ତା ସ୍ୱାଇଁ, ପିଆଲି ପ୍ରିୟଦର୍ଶନୀ ବେହେରା ପ୍ରମୁଖ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା