ବିପୁଳ ପରିମାଣର କଫ ସିରଫ୍ ଜବତ, ୩ ଗିରଫ
ବିପୁଳ ପରିମାଣର କଫ ସିରଫ୍ ଜବତ, ୩ ଗିରଫ
ବିପୁଳ ପରିମାଣର କଫ ସିରଫ୍ ଜବତ, ୩ ଗିରଫ


ସମ୍ବଲପୁର, ୦୯ ଅଗଷ୍ଟ (ହି.ସ.)

ସମ୍ବଲପୁର ସହରରେ କଫ ସିରପ ନିଶା କାରବାର ବନ୍ଦ ହେବାର ନାଆଁ ନେଉନାହିଁ। ନିୟମିତ ବ୍ୟବଧାନରେ ସମ୍ବଲପୁର ପୋଲିସ ଦ୍ୱାରା ଗିରଫ ହେଉଛନ୍ତି ଚୋରା ବେପାରୀ, ଜବତ ହେଉଛି ଶହ ଶହ ସଂଖ୍ୟାରେ କଫ ସିରପ ବୋତଲ l ଏଥିଶହ ନିଶାର କରାଳ ଛାୟରେ ଢାଙ୍କି ହୋଇଯାଉଛନ୍ତି ହଜାର ହଜାର ସଂଖ୍ୟାରେ ଯୁବ ବର୍ଗ।ଶୁକ୍ରବାର ପୁଣି ବୁର୍ଲା ଅଂଚଳରୁ ବୁର୍ଲା ପୋଲିସ ଦ୍ୱାରା ଧରାପଡିଛନ୍ତି ୩ ଜଣ ଅଭିଯୁକ୍ତ।ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ବୁର୍ଲା ମହତାବ ନଗର ନିବାସୀ ଗିରିଶ ଚନ୍ଦ୍ର ତାଣ୍ଡିଆ (୧୯ ) ଓ ଗୋଲକୁଣ୍ଡା ର କାଳିଆ ମହତ୍ତମ ପ୍ଲାଟିନମ ଛକ ଦେଇ ଗୋଟିଏ କଳା ରଙ୍ଗର ହୋଣ୍ଡା ବାଇକ, ରେଜିଷ୍ଟ୍ରସନ ନମ୍ବର ଓଡ଼ିଆ ୧୫ ଟି ୩୬୦୨ ଓ ଲାଲ ରଙ୍ଗର ହୋଣ୍ଡା ସାଇନ, ରେଜିଷ୍ଟ୍ରସନ ନମ୍ବର ଓଡି ୧୫ ଏମ ୧୭୫୩ ତଥା ଗୋଲକୁଣ୍ଡା ଗାଆଁ ର ସିଦ୍ଧାନ୍ତ ରାଉତ ( ୨୦ ) ନୀଳ ରଙ୍ଗର ହୋଣ୍ଡା ଏସପି ଓଡି ୧୫ ଜେଡ ୨୮୫୯ ଗାଡ଼ିରେ ଯାଉଥିବା ବେଳେ ବୁର୍ଲା ପୋଲିସ ଦ୍ୱାରା ଯାଞ୍ଚ ବେଳେ ୨୪୦ ବୋତଲ ବିନ୍ସରେକ୍ସ କଫ ସିରପ ଗାଡି ଡ଼ିକି ରୁ ଜବତ କରାଯାଇଥିଲା l ଅଭିଯୁକ୍ତ ମାନଙ୍କ ବିରୋଧରେ ଏନଡିପିଏସ ଧାରାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande