ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଜୟପୁର, ୯ ଅଗଷ୍ଟ (ହି.ସ.)- ଜୟପୁର ପାରାବେଢା ଶ୍ରୀରାମ ନଗର ଉଦ୍ୟାନ ଠାରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହରିଶ୍ଚନ୍ଦ୍ର ବକ୍ସିପାତ୍ର ଉଦ୍ୟାନ ପରିସରେ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱର୍ଗତ ବକ୍ସି
ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୁତ୍ତି  ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ


ଜୟପୁର, ୯ ଅଗଷ୍ଟ (ହି.ସ.)-

ଜୟପୁର ପାରାବେଢା ଶ୍ରୀରାମ ନଗର ଉଦ୍ୟାନ ଠାରେ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହରିଶ୍ଚନ୍ଦ୍ର ବକ୍ସିପାତ୍ର ଉଦ୍ୟାନ ପରିସରେ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ୱର୍ଗତ ବକ୍ସିପାତ୍ର ଓଡିଶାର ବିଶିଷ୍ଟ ରାଜନେତା ଆଦିବାସୀ, ଚାଷୀ, ମୁଲିଆ, ଶ୍ରମିକଙ୍କ ସଂଗ୍ରାମୀ ସାଥି ଥିଲେ । ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ତଥା ପୂର୍ଵତନ ମନ୍ତ୍ରୀ ଥିଲେ । ତାଙ୍କ କର୍ମକ୍ଷେତ୍ର ଜୟପୁର ଠାରେ ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିିଂ ଦେଓ ଓ ପ୍ରଭାତୀ ପରିଡା, ବକ୍ସିପାତ୍ରଙ୍କ ପୁତ୍ର ଭୁୃଗୁ ବକ୍ସିପାତ୍ର, ଝିଅ ଲୋପା ମୁଦ୍ରା ବକ୍ସିପାତ୍ର, ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ସହ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁନାଥ ମାଛ, ନବଙ୍ଗପୁର ବିଧାୟକ ଗୌର ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତ୍ରା ,ଜିଲାପାଳ ମନୋଜ ସତ୍ୟବାନ ମହାଜନ. ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande