ସଂସ୍କୃତ ଭାରତୀର ଶ୍ରୀ ବଳଦେବ ଜନ୍ମଉତ୍ସବ ପାଳନ
କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ସଂସ୍କୃତ ଭାରତୀ କେନ୍ଦ୍ରାପଡ଼ା ତରଫରୁ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ସିଦ୍ଧ ବଳଦେବଙ୍କ ପବିତ୍ର ଜନ୍ମଉତ୍ସବ ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତିଙ୍କ ସଂଯୋଜନାରେ ପାଳନ କରାଯାଇଅଛି l ପ୍ରଥମେ ପଣ୍ଡିତ ପ୍ରଭାକର ଆଚାର୍ଯ୍ୟ ବେଦ ପାଠ କରିଥିଲେ l ତୁଳସ
ସଂସ୍କୃତ ଭାରତୀର ଶ୍ରୀ ବଳଦେବ ଜନ୍ମଉତ୍ସବ ପାଳନ


କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ସଂସ୍କୃତ ଭାରତୀ କେନ୍ଦ୍ରାପଡ଼ା ତରଫରୁ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ସିଦ୍ଧ ବଳଦେବଙ୍କ ପବିତ୍ର ଜନ୍ମଉତ୍ସବ ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତିଙ୍କ ସଂଯୋଜନାରେ ପାଳନ କରାଯାଇଅଛି l ପ୍ରଥମେ ପଣ୍ଡିତ ପ୍ରଭାକର ଆଚାର୍ଯ୍ୟ ବେଦ ପାଠ କରିଥିଲେ l ତୁଳସୀକ୍ଷେତ୍ର ପଣ୍ଡିତ ସଭା ର ସଦସ୍ୟ ମାନଙ୍କ ଦ୍ୱାରା ସାମୁହିକ ବଳଭଦ୍ର ସହସ୍ର ନାମ ପଠନ କରାଯାଇଥିଲା l କୃଷି ଦେବତା ପ୍ରଭୁ ଶ୍ରୀ ବଳଦେବ ଙ୍କ ଜନ୍ମ ବୃତ୍ତାନ୍ତ ଓ ଗହ୍ମା ପୂର୍ଣ୍ଣିମା ପାଳନ ର ତତ୍ପର୍ଯ୍ୟ ସମ୍ପର୍କ ରେ ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ ଆଲୋଚନା କରି ଥିଲେ l ଏହି କାର୍ଯ୍ୟକ୍ରମରେ ପଣ୍ଡିତ କୁଳମଣି ପଣ୍ଡା, ନୃସିଂହ ଚରଣ ତ୍ରିପାଠୀ, ବସନ୍ତ କୁମାର ଜେନା, ଜଗବନ୍ଧୁ କର, କ୍ଷୀରୋଦ ସେନାପତି, ଅବଧୂତ ରାଉତ, ଧନେଶ୍ୱର ତ୍ରିପାଠୀ ଓ ତ୍ରିଲୋଚନ ମିଶ୍ର ଯୋଗ ଦେଇ ଥିଲେ l ସଂସ୍କୃତ ଭାରତୀର ସହ ସଂଯୋଜକ ପଣ୍ଡିତ ତପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande