ଜୟପୁର, ୯ ଅଗଷ୍ଟ (ହି.ସ.)- ଜୟପୁର ଅରବିନ୍ଦ ନଗର ଶିଶୁ ବିଦ୍ୟା ମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଦିନ ୧୧ଟା ସମୟରେ ରାକ୍ଷୀ ବାନ୍ଧିଲେ ଭଉଣି । ପ୍ରଥମେ ମୁଖ୍ୟମନ୍ତ୍ରୀ ବଳଦକୁ ରାଖୀ ବାନ୍ଧି ପୁଜା କରିଥିବା ବେଳେ ପରେ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣିର ୭ ଭଉଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାକ୍ଷୀ ବାନ୍ଧି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିିଂ ଦେଓ ଓ ପ୍ରଭାତୀ ପରିଡା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ସହ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁନାଥ ମାଛ, ନବଙ୍ଗପୁର ବିଧାୟକ ଗୌର ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ରାଖୀ ବାନ୍ଧି ଥି୍ଲେ । ପରେ ଶିଶୁ ମନ୍ଦିରର ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଆଙ୍କି ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି