ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- କମିସନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ। ଦୁଇଟି ଥାନା ଅଂଚଳରୁ ୫ ଜଣ ବାଇକ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ୧୫ଟି ବାଇକ ଜବତ କରିଛି । ଏନେଇ ପୋଲିସ କମିସନର ସୁରେଶ ଦେବଦତ ସିଂ କହିଛନ୍ତି ଆଜି ଚୋରା ବାଇକକୁ ମାଲିକଙ୍କୁ ଫେରାଯିବ। ଏହାସହ ଚୋରା ବାଇକ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଶୁତୋଷ ବାଇଧର, ଜଗନ୍ନାଥ ବେହେରା, ରାଜେନ୍ଦ୍ର ବେହେରା, ପ୍ରତ୍ୟୁଷ କୁମାର ସିଂ, ରଞ୍ଜିତ କୁମାର ବେହେରା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା