କେଶଦୁରାପାଳ ଦଧିବାମନ ଜୀଉଙ୍କ ମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ଓ ରାକ୍ଷୀ ପୂର୍ଣ୍ଣିମା ପାଳନ
କେନ୍ଦୁଝର, 9 ଅଗଷ୍ଟ (ହି.ସ.) ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ମନ୍ଦିରରେ ମହାପ୍ରଭୁ ବଳଭଦ୍ର ଙ୍କ ଜନ୍ମ ଉତ୍ସବ ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ଶ୍ରୀ ଜୀଉ ଙ୍କର ନୀତି କାନ୍ତି ସମାପନ କରାଯିବା ପରେ ମହାପ୍ରଭୁଙ୍କୁ ବେଶ ସୁଙ୍ଗାର କରାଯାଇଥିଲା ,ପରମ୍ପରା ଅନୁଯାୟୀ ପାଟ ବୈସ୍ୟ ସମ୍
କେଶଦୁରାପାଳ ଦଧିବାମନ ଜୀଉଙ୍କ ମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ଓ ରାକ୍ଷୀ ପୂର୍ଣ୍ଣିମା ପାଳନ


କେନ୍ଦୁଝର, 9 ଅଗଷ୍ଟ (ହି.ସ.)

ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ମନ୍ଦିରରେ ମହାପ୍ରଭୁ ବଳଭଦ୍ର ଙ୍କ ଜନ୍ମ ଉତ୍ସବ ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ଶ୍ରୀ ଜୀଉ ଙ୍କର ନୀତି କାନ୍ତି ସମାପନ କରାଯିବା ପରେ ମହାପ୍ରଭୁଙ୍କୁ ବେଶ ସୁଙ୍ଗାର କରାଯାଇଥିଲା ,ପରମ୍ପରା ଅନୁଯାୟୀ ପାଟ ବୈସ୍ୟ ସମ୍ପ୍ରଦାୟର ସେବକ ମାନେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶ୍ରୀ ଜୀଉ ଙ୍କର ପୂଜାର୍ଚ୍ଚନା କରିଥିଲେ ।ପ୍ରବାଦ ଅଛି କେଉଁ ପୁରା କାଳରୁ ଏହି ପାଟ ବୈସ୍ୟ ମାନେ ବଂଶାନୁକ୍ରମେ ଏହି ମନ୍ଦିର ରେ ଏହି ସେବାପୁଜା କାର୍ଯ୍ୟ କରିଥାନ୍ତି ଏହା ଏକ କୃଷି ଭିତ୍ତିକ ପର୍ବ । କୃଷି କାର୍ଯ୍ୟ ସମାପନ ପରେ ଏହି ବୈସ୍ୟ ସମାଜ ନିଜ ବେବ୍ୟସାୟ ପାଇଁ ନିଜ ନିଜ ଘରେ ପାଟରା ଦ୍ରବ୍ୟ ଗୁଡିକୁ ପୂଜାର୍ଚ୍ଚନା କରି ମହାପ୍ରଭୁ ବଳଭଦ୍ର ଜୀଉ ଙ୍କ ଉଦେଶ୍ୟ ରେ ସଜ ବସାଇ ବନ୍ଦାପନା କରିଥାନ୍ତି ଏବଂ ମଣ୍ଡା ପିଠା ନୈବେଦ୍ୟ ଆକାରରେ ଭୋଗ ଲାଗି କରିଥାନ୍ତି ।ପରେ ମନ୍ଦିର ରୁ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଥାନ୍ତି । ଏଥିରେ ପାଟରା ସମ୍ପ୍ରଦାୟର ଶତାଧିକ ଲୋକ ସାମିଲ ହୋଇଥିଲେ । ଅନ୍ୟତମ ବିଶେଷତ୍ୱ ମହାପ୍ରଭୁଙ୍କ ଜନ୍ମ ଉଦେଶ୍ୟ ରେ କେଶଦୁରାପାଳ ଗୋପୀନାଥପୁର ଶାସନ ର ବ୍ରାହ୍ମଣ ମାନେ ଶ୍ରୀ ଜୀଉଙ୍କର ଏକ ମାଟି ପିତୁଳା ସ୍ଥାନୀୟ ରେମାଳ ନଦୀ କୂଳରେ ନିର୍ମାଣ କରାଇ ମନ୍ଦିର ପୁରୋହିତ ଓ ପୂଜା ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ବ୍ରାହ୍ମଣ ଏହାକୁ ଯିବ ନ୍ୟାସ ଦେବା ପରେ ପରମ୍ପରା ଅନୁଯାୟୀ କାକରା ପିଠା ନୈବେଦ୍ୟ ଭାବେ ଭୋଗ ଲଗାଯାଇ ଏହି ପ୍ରସାଦ କୁ ଶ୍ରଦ୍ଧାଳୁ ଙ୍କୁ ବଣ୍ଟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande