ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)- ବଲାଙ୍ଗୀର ଜିଲା ଟିଟିଲାଗଡ ହାଟପଦା ପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ୨୦ ଦିନ ହେବ ନିଖୋଜ ଥିବା ଜଣେ ନାବାଳକଙ୍କ ସନ୍ଧାନ ମିଳିଛି। ତାଙ୍କୁ ତାଙ୍କ ବଡ଼ ଭାଇ ମାରି ପୋତି ଦେଇଥିବା ଜଣାପଡ଼ିଛି। ଉଭୟଙ୍କ ବୟସ ୧୨ ଓ ୧୭ ବର୍ଷ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଚେରୁ ପୋଢ଼ଙ୍କ ସାନ ପୁଅ ରୁପେଲ ମାସେ ହେବ ନିଖୋଜ ଥିବା ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ l ଆଜି ନିଖୋଜ ପୁଅକୁ ତାର ବଡ଼ଭାଇ ରୁପେଶ ହତ୍ୟା କରିଥିବା ଜଣାପଡ଼ିଛି। ବଡ଼ ଭାଇ ନିଜେ ଯାଇ ଟିଟିଲାଗଡ ପୋଲିସ ଷ୍ଟେଶନରେ ଆତ୍ମସମର୍ପଣ କରିଛି। ବଲାଙ୍ଗୀରରୁ ଏସପି ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଇଆଇସି କଲ୍ୟାଣୀ ବେହେରା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ