କେନ୍ଦୁଝର, 9 ଅଗଷ୍ଟ (ହି.ସ.)
ଘସିପୁରା ବ୍ଲକ ଅନ୍ତର୍ଗତ ଅନ୍ବେଷା ସାହିତ୍ୟ ସଂସଦ ,ସାଇଁକୁଳ ଆନୁକୂଲ୍ୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପୂଣ୍ୟ ଜୟନ୍ତୀ ପତିତପାବନ ମହାବିଦ୍ୟାଳୟର ସଭାଗୃହରେ ଆନନ୍ଦପୁର ପୂର୍ବତନ ବିଇଓ ଶରତ କୁମାର ରାଉତ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଶିଶୁ ସାହିତ୍ୟିକ ରାମଚନ୍ଦ୍ର ନାୟକ , ମୁଖ୍ୟ ବକ୍ତା ବୈତରଣୀ ରୋଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି , ଅନ୍ୟତମ ବକ୍ତା ମଧୁବନ ମହାବିଦ୍ୟାଳୟ ଯାଜପୁର ପୂର୍ବତନ ଓଡିଆ ଅଧ୍ୟାପକ ନିତ୍ୟାନନ୍ଦ ମହାନ୍ତି ସମ୍ମାନୀତ ଅତିଥି ପତିତପାବନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୁଲ୍ୟ କୁମାର ବିଶ୍ବାଳ ଙ୍କ ଦ୍ବାରା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । କବୟତ୍ରୀ ଶିଳ୍ପୀଶ୍ରୀ ପଟ୍ଟନାୟକ, ସ୍ୱୟଂଶ୍ରୀ ପରିଡା,ଙ୍କ ଦ୍ବାରା ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଂପର୍ଣ୍ଣ କରାଯାଇଥିଲା । ଧର୍ମାଧି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ଶଙ୍କର୍ଷଣ ଜେନା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଉମାକାନ୍ତ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବିଭିନ୍ନ କବିତା କୁ ଉପସ୍ଥିତ କବି ହଳଧର ପଣ୍ଡା, ସୁରେନ୍ଦ୍ର ବେହେରା,ବେଲାଳସେନ ପତି, ଦିପକ ସ୍ୱାଇଁ,ଅନନ୍ତ ଦାସ, ଦୈତାରି ବିଶ୍ଵାଳ, ବଟକୃଷ୍ଣ ଚକ୍ର, ଗୋପାଳ ଚନ୍ଦ୍ର ପରିଡ଼ା ସନ୍ତୋଷ ପତି, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟ କର, ବାବୁଲାଲ ପଲେଇ, ହରିହର ବେହେରା, ଚିନ୍ତାମଣି ମହାଳିକ, ହରିହର ମହାନ୍ତି, ଶଶିକାନ୍ତ ନାୟକ,, ନରହରି ରାଉତ , ମଧୁସୂଦନ ପତି, ସୋମନାଥ ମାଝୀ ନନ୍ଦକିଶୋର ବେହେରା,ସୁଶାନ୍ତ ଦାସ,ଅର୍ମାନ ଓଝା, ସୁରେଶ ଚକ୍ର, ପଠନ କରିଥିଲେ। ପରିଶେଷରେ
କବି ଶ୍ରୀକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA