ପରମାଣପୁରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ପରମାଣପୁରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ପରମାଣପୁରରେ ଗଙ୍ଗାଧର  ମେହେର  ଜୟନ୍ତୀ ପାଳିତ


ସମ୍ବଲପୁର, ୦୯ ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍‌ମାଏଲ୍‌ ସାହିତ୍ୟ ସଂସଦ ଓ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁନାମ ଧନ୍ୟ ସାହିତିକ ତଥା ସ୍ବଭାବ କବି ଗଂଗାଧର ମେହେର୍‌ ଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମ ରେ ବର୍ଷିଆନ୍‌ ଲେଖକ ଶ୍ରୀ ବିଭୁତି ଭୁଷଣ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଲେ ମୁଖ୍ଯ ବକ୍ତା ଭାବରେ ଡ଼ ଝାସକେତନ ସାହୁ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୋଭନ୍ ବେହେରା ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ କୈଲାସ ଚନ୍ଦ୍ର ବାରିକ ମଞ୍ଚାସିନ ଥିଲେ | ନିର୍‌ମାଏଲ୍‌ ସାହିତ୍ୟ ସଂସଦ ର ସଭାପତି ଶ୍ରୀ କାହ୍ନୁଚରଣ ନାଥ ଙ୍କ ସଭାପତିତ୍ୱ ରେ କାର୍ଯକ୍ରମ ଆରମ୍ଭ ହୋଇଥିଲା | ପ୍ରଥମେ ସମସ୍ତେ ଶ୍ରୀ ମେହେର ଙ୍କ ପଟ୍ଟଚିତ୍ର ଉପରେ ମାଲ୍ୟାର୍ପଣକରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ତାପରେ ତାଙ୍କ ସ୍ମ୍ରୁତି ଚାଳନା କରିଥିଲେ | ଶ୍ରୀ ତ୍ରିଲୋଚନ ସାହୁ,ପଦ୍ମନାଭ ନାଥ ସୁରେଶ ଚନ୍ଦ୍ର ନାଥ,ବୁଦ୍ଧଦେବ ବେହେରା,ରାସବିହାରୀ ନାଥlalit ଲଳିତ ମୋହନ ପଧାନ,ଗଜରାଜ ସୋହେଲା ରାଜଲକ୍ଷ୍ମୀ ମିଶ୍ର,ନିରୁପମା ନାଥ ଶ୍ରୀ ମେହେର ,ଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁବ୍ରତ ମିଶ୍ର ଯାନ୍ତ୍ରିକ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ଓ ବହୁ ସହିତ୍ୟ ପ୍ରେମୀ ଯୋଗଦେଇ ଥିଲେ।ଶେଷରେ ସଂପାଦକ ପ୍ରଦ୍ୟୁମ୍ନ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande