ଜମ୍ମୁ କାଶ୍ମୀର ପୋଲିସ କିସ୍ତୱାରରେ ୨୬ଟି ଘର ତଲାସୀ କଲା
କିସ୍ତୱାର, ୯ ଅଗଷ୍ଟ (ହି.ସ.)- କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜମ୍ମୁ କାଶ୍ମୀର ପୋଲିସ ଶନିବାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମହମ୍ମଦ ଅମିନ ଭଟ୍ ଓରଫ ଜାହାଙ୍ଗୀର ସରୁରିର ଘର ସମେତ ୨୬ଟି ଘର ତଲାସୀ କରିଛି । ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବ
ଜମ୍ମୁ କାଶ୍ମୀର ପୋଲିସ କିସ୍ତୱାରରେ ୨୬ଟି ଘର ତଲାସୀ କଲା


କିସ୍ତୱାର, ୯ ଅଗଷ୍ଟ (ହି.ସ.)- କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜମ୍ମୁ କାଶ୍ମୀର ପୋଲିସ ଶନିବାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମହମ୍ମଦ ଅମିନ ଭଟ୍ ଓରଫ ଜାହାଙ୍ଗୀର ସରୁରିର ଘର ସମେତ ୨୬ଟି ଘର ତଲାସୀ କରିଛି ।

ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀ ମହମ୍ମଦ ଅମିନ ଭଟ୍ ବ୍ୟତୀତ, ଚଢଉରେ ଅଧିକାଂଶ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ସକ୍ରିୟ ଆତଙ୍କବାଦୀ ଏବଂ ସୀମା ଦେଇ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଚୋରା ଚାଲାଣ କରୁଥିବା ଆତଙ୍କବାଦୀଙ୍କ ଘର ଅନ୍ତର୍ଭୁକ୍ତ । ନିକଟବର୍ତୀ ଡୋଡା ଜିଲ୍ଲାର ୧୫ଟି ସ୍ଥାନରେ ସମାନ ସନ୍ଧାନ କରାଯିବାର ଗୋଟିଏ ଦିନ ପରେ କିସ୍ତୱାରରେ ଚଢଉ କରାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ବିଭିନ୍ନ ପୋଲିସ ଦଳ କିସ୍ତୱାର ଜିଲ୍ଲାର ୨୬ଟି ସ୍ଥାନରେ ତଲାସୀ କରିଛି । ଚଢଉରେ ଭଟ୍ ର ଘର ମଧ୍ୟ ଅନ୍ତର୍ଭୁକ୍ତ ଯିଏ ୧୯୯୦ ଦଶକରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲା ଏବଂ ତାକୁ ସବୁଠାରୁ ଦୀର୍ଘ ସମୟ ଧରି ବଂଚି ରହିଥିବା ଆତଙ୍କବାଦୀ ବୋଲି ବିବେଚନା କରାଯାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande