Odisha, 9 ଅଗଷ୍ଟ (ହି.ସ.)ଖୋର୍ଦ୍ଧା,ପବିତ୍ର ରକ୍ଷା ବନ୍ଧନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପୁଣି ରାଖୀର ଡୋରରରେ ବାନ୍ଧୁଥିବାବେଳେ ଠାକୁରଙ୍କ ପାଖେ ଭାଇର ମଙ୍ଗଳ ଓ ଦୀର୍ଘ ନିରାମୟ ଜୀବନ ମନାସିଥାଏ। ଭାଇ ମଧ୍ଯ ଭଉଣୀ ପ୍ରତି ଥିବା କର୍ତ୍ତବ୍ୟ, ସ୍ନେହ ଓ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ ।ଏହି ଅବସରରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ବି.ଏସ.ଏଫ କ୍ୟାମ୍ପ ଠାରେ ଯବାନ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରିଛି। ରାକ୍ଷୀ ବାନ୍ଧିବା ସମୟରେ ଘର କଥା ମନେ ପକେଇ କିଛି ଯବାନ ଭାବ ବିହ୍ୱୋଳ ହୋଇଯାଇଥିଲେ। ପରିଷଦର ହରପ୍ରିୟା ବେହେରା, ଅର୍ପିତା ସାହୁ, ସ୍ମାଇଲି ରାଣୀ ସାହୁ, ଜ୍ୟୋତିର୍ମୟୀ ଛୁଆଳସିଂ, ସ୍ମୃତି ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏପରିକି ପୁର୍ବରୁ ଏବିଭିପିର କାର୍ଯ୍ୟକର୍ତ୍ତା ଶୁଭମ ବେହେରା, ମନୋଜ ବାରିକ, ସୋମ ସୌରଭ ପୃଷ୍ଟି, ସୂର୍ଯ୍ୟ ପ୍ରକାଶ ସେଠୀ ପ୍ରମୁଖ ଯବାନ ମାନଙ୍କ ପାଇଁ କଲେଜ୍ କ୍ୟାମ୍ପସରୁ ରାକ୍ଷୀ ସଂଗ୍ରହ କରି ପୋଷ୍ଟ୍ ମାଧ୍ୟମରେ ବର୍ଡରକୁ ପଠାଇ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ