କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ଦେଶରେ ଯୁବକ ଓ ଛାତ୍ର ମାନଙ୍କୁ ମୁଖ୍ୟସୌତ୍ରରେ ସାମିଲ କରିବା ଏବଂ ନିଜେ ନିଜ ଅଧିକାର ବିଷୟରେ ଅବଗତ ପାଇଁ ପୁରାତନ ରାଜନୈତିକ କଂଗ୍ରେସ ଦଳ ପକ୍ଷରୁ ୧୯୬୦ ମସିହାରେ ଭାରତୀୟ ଯୁବ କଂଗ୍ରେସ ନାମରେ ଏକ ସ୍ୱତନ୍ତ୍ର ଯୁବ ସଂଗଠନ ଗଠନ କରିଥିଲେ । ଆଜି ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ଠାରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ଅଧ୍ୟକ୍ଷତାରେ ୬୫ତମ ଭାରତୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଏବଂ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ ଯୋଗଦେଇ ପତାକା ଉତୋଳନ କରିଥିଲେ ଏବଂ ଯୁବ କଂଗ୍ରେସ ଆଭିମୁଖ୍ୟ ବିଷୟରେ କହିଥିଲେ । ଏଥିରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ଯୁବ କଂଗ୍ରେସ ନେତା ସଞ୍ଜୟ କୁମାର ନାଏକ, ଆନନ୍ଦ ମାଝୀ, ଅଭିନାଶ ଓଝା, ସରୋଜ ମହାନା, ଅମିତ କୁମାର ରାଉତ, ମାନସ ବେହେରା, ସଂଗ୍ରାମ ବେହେରା, ରଂଜିତ ଜେନା, ବାବୁନ ରାଉତ, ଅଚ୍ୟୁତାନନ୍ଦ ବେହେରା, ଆକାଶ ବେହେରା, ରାହିଲ ଅମନ, ବିକ୍ରମ ରାଜବୀର, ସଂଜିତ ବେହେରା, ସୌମ୍ୟରଞ୍ଜନ ପଲେଇ, ଏସ କେ ମୁଜମୀର, ପାପୁଲି ବେହେରା, ଅମନ ବେହେରା, ନୀଳମଣି ପ୍ରଧାନ, ଶୁଭେନ୍ଦୁ ସେଠି, ପରମେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA