ଓଡ଼ିଶା ରେଡ଼କ୍ରସ୍ ରାଜ୍ୟ ଶାଖା ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲାର ଯୁବ ରେଡ଼କ୍ରସ୍ ର କାର୍ଯ୍ୟକାରିଣୀ ବୈଠକ
Kandhmal youth Redcross general body metering
ଫୋଟ


କନ୍ଧମାଳ , ୯ ଅଗଷ୍ଟ (ହି.ସ.)ଫୁଲବାଣୀର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଯୁବ ରେଡ଼କ୍ରସ୍ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରେଡ଼କ୍ରସ୍ ରାଜ୍ୟ ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ସଭାପତି ଡ଼. ସୁବାସ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଏହି ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଏବଂ ପୂର୍ବତନ ଜିଲ୍ଲା ସଂଯୋଜକ ଶ୍ରୀ ସୁକାନ୍ତ କୁମାର ବେହେରା ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ମଞ୍ଚାସିନ ଅତିଥି ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ରେଡକ୍ରସ୍ ର ଜନ୍ମଦାତା ସାର ହେନରୀ ଦୁନାଣ୍ଟ ଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ। ଜିଲ୍ଲା ର ଯୁବ ରେଡ଼କ୍ରସ୍ କନଭେନୋର୍- ସେକ୍ରେଟାରୀ ତଥା ସହକାରୀ ପ୍ରଫେସର ଡ. ଅଭିପ୍ସା ବଳ ଅତିଥି ପରିଚୟ ଦେବା ସହ ସ୍ବାଗତ ଅଭିଭାଷଣ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଶ୍ରୀ ଜେନା ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ସମାଜସେବାରେ ରେଡକ୍ରସ୍ ର ଭୂମିକା ଉପରେ ଏକ କବିତା ମାଧ୍ୟମରେ ଉଦବୋଧନ କରିଥିଲେ। ଶ୍ରୀ ବେହେରା ଏହି ବୈଠକ ରେ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ଯୁବ ରେଡ଼କ୍ରସ୍ ଶାଖା କୁ କିପରି ତ୍ଵରାନିତ କରାଯାଇପାରିବ, ଏହା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତି ଡ. ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟକ୍ଷ ଏବଂ ଯୁବ ରେଡକ୍ରସ୍ କାଉନସିଲର ମାନଙ୍କୁ ନିଷ୍ଠାପର ଭାବେ ସମାଜ ସେବା ଏବଂ ରେଡକ୍ରସ୍ ର ୭ଟି ସମୂଳ ତତ୍ତ୍ଵ ଉପରେ ସଚେତନ କରାଇଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ରେ ଯୁବ ରେଡ଼କ୍ରସ୍ ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ କିପରି ଭାବେ ନୂତନ ରେଡ଼କ୍ରସ୍ ୟୁନିଟ୍ ସକ୍ରିୟ କରିବାକୁ ହେବ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଉପସ୍ଥିତ କାଉନସିଲର ମାନେ ୨୦୨୫-୨୬ ବର୍ଷ ନିମନ୍ତେ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ରେଡକ୍ରସ୍ କୋର୍ଡିନେଟର ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୧ ବିଦ୍ୟାଳୟ ରୁ ଅଧ୍ୟକ୍ଷ ଏବଂ କାଉନସିଲର ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande