କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- ପଟ୍ଟାମୁଣ୍ଡାଇ
କାଠିଆପଡା ଛାତ୍ରୀ ପୋଡି ଘଟଣାରେ ପୁଲିସକୁ ମିଳିଛି ନୂଆ ଦିଗ । ମୃତ ଛାତ୍ରୀଙ୍କ ବାପାଙ୍କ ମୋବାଇଲ ଯାଞ୍ଚ୍ କରିବା ସହିତ ଜେରା କରିଥିଲେ।ମୃତ ଛାତ୍ରୀଙ୍କ ପଡୋଶୀଙ୍କ ଘରେ ଲାଗିଥିବା ସିସି କ୍ୟାମେରା ଯାଂଚ ସମୟରେ ପୋଲିସକୁ କିଛି ସୁରାଗ ମିଳିଥିବା ସହ crime scene reconstrution କରାଯାଉଛି ବୋଲି ଏସ୍ପି କହିଛନ୍ତି l ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି l ଏ ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ରହସ୍ୟ ଅଡ଼ୁଆ ସୂତାରୁ ଖିଅ ଖୋଜୁଛି ପୋଲିସଇଏ ଆତ୍ମହତ୍ୟା ନା ହତ୍ୟା । ଫରେନ୍ସିକ ଏକ୍ସପର୍ଟ ମାନେ ଓ ସାଇଣ୍ଟିଫିକ୍ ବିଶେଷଜ୍ଞ ଟିମ୍ ଆସି ଘଟଣାସ୍ଥଳରେ ତଦନ୍ତ କରି ଯାଇଛନ୍ତି। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ, ସସପେନ୍ସ ଲାଗିରହିଛି। ଏସପି ଘଟଣାସ୍ଥଳରେ ବାପା ଓ ମା ଙ୍କୁ ପଚରାଉଚରା କରିବା ସହ ଗ୍ରାମବାସୀ ମାନଙ୍କ ବୟାନ ରେକର୍ଡ କରିଛନ୍ତି। ପୁରୁଷ ବନ୍ଧୁଙ୍କୁ ପୁଲିସ ହେପାଜତକୁ ନେବା ପରେ ତାଙ୍କ ମା ଭଉଣୀ ମୁହଁ ଖୋଲି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି l ଅପରପକ୍ଷେ ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ, ପୁରୁଷ ବଂଧୁଙ୍କ ଦ୍ୱାରା ବ୍ଲାକ ମେଲିଙ୍ଗି ର ଶିକାର ହୋଇ ଝିଅର ମୃତ୍ୟୁ ହୋଇଛି।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବିଜେପି ନେତା କହିଛନ୍ତି, ଏଥିରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଠିଆପଡ଼ା ପୀଡ଼ିତାଙ୍କ ପରିବାର କ୍ୟାମେରା ଆଗରେ ମୁହଁ ଖୋଲୁ ନାହାଁନ୍ତି ଏବଂ ଗାଁ ରେ ମଧ୍ୟ ଅସମ୍ଭବ ନିରବତା ହିଁ ବୟାନ କରିଛି ଏ ଘଟଣା ଉପରୁ ରହସ୍ୟ ହଟିବ ସେ ସମୟକୁ ଅପେକ୍ଷା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ