କେନ୍ଦୁଝର, 9 ଅଗଷ୍ଟ (ହି.ସ.)
ଗଛ ଏବଂ ଜଙ୍ଗଲ ସମ୍ପଦର ସୁରକ୍ଷା ଦିଗରେ ବନସୁରକ୍ଷା ସମିତି ଅହରହ ଉଦ୍ଯମ ଜାରି ରଖିଛନ୍ତି। ରାକ୍ଷୀ ପୂର୍ଣ୍ଣୀମା ରେ ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ସେହିପରି ଗଛ ଆମକୁ ଅମ୍ଳଜାନ ଦେଇ ଜିବନ ରକ୍ଷା କରିଆସିଛି। ଏହାର ସୁରକ୍ଷାପାଇଁ ଏଭଳି ଏକ ନିଆରା ରାକ୍ଷୀ ପୂର୍ଣ୍ଣିମା ଆୟୋଜନ କରାଯାଇ ଥିବାରୁ ସମସ୍ତେ ବେଶ ଖୁସି ଅନୁଭବ କରିଛନ୍ତି ।କିର୍ତ୍ତନପାଟିଆ ବନ ସୁରକ୍ଷା ସମିତି ମହିଳା ସଦସ୍ଯ ଙ୍କ ଦ୍ବାରା ରକ୍ଷା ବନ୍ଧନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଆନନ୍ଦପୁର ଡିଏଫଓ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ କେଦାର ପାତ୍ର ଓ ଫରେଷ୍ଟ ଗାର୍ଡ ଜ୍ୟୋସ୍ନାମୟୀ ଜେନା,ଡିଓ ନରେନ୍ଦ୍ର ସାହୁ, ବନ ସୁରକ୍ଷା ସମିତି ସଭାପତି ଗାର୍ଦି ମୁଣ୍ଡା, ଅଙ୍ଗନୱାଡ଼ି କର୍ମୀ ଜେନାମଣି ମୁଣ୍ଡା ଙ୍କସହ ସମସ୍ତ ମହିଳା ସଦସ୍ୟ ଉପସ୍ଥିତ ରହି ଗଛ ଜଙ୍ଗଲ ଏବଂ ପ୍ରକୃତି ମା' ପ୍ରତି ଆଦିବାସୀ ଭଉଣୀ ମାନଙ୍କ ଭଲ ପାଇବା ନିଷ୍ଠା ପରତା କୁ ଭୂୟିୟସି ପ୍ରଶଂସା କରିଛନ୍ତି । ମହିଳା ମାନଙ୍କ ମଧ୍ଯରେ ଜେନାମଣୀ ମୁଣ୍ତା,ଜାମ୍ବି ମୂଣ୍ତା,ମାମୀ ପୂର୍ତ୍ତୀ ,ସୁନିତା ହେମ୍ବ୍ରମ୍ ,ଜମୂନା ହେମ୍ବ୍ରମ୍ ,ସରସ୍ବତୀ ମୂଣ୍ତା ,ସିନୀ ମୁଣ୍ତା,ସୁମିତ୍ରା ବଦରା ପ୍ରମୂଖ ହାତରେ ରାକ୍ଷୀ ଧରି ବୁଲି ବୁଲି ଗଛରେ ରାକ୍ଷୀ ବାନ୍ଧି ଥିଲେ। ଚଳିତ ବର୍ଷ ସ୍ଲୋଗାନ ଥିଲା ଗଛ ଆମର ଜୀବନ, ଚାରା କରିବା ରୋପଣ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA