କେନ୍ଦ୍ରାପଡା, ୯ ଅଗଷ୍ଟ (ହି.ସ.)- ଆଜି କେନ୍ଦ୍ରାପଡା ସହରରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ୮୪ତମ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହେଇଯାଇଛି। ଭାରତ ଛାଡ଼ ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଐତିହ ବହନ କରୁଥିବା ଆଜିର ଦିବସରେ ସାରା କେନ୍ଦ୍ରାପଡା ସହର ଉତ୍ସବ ମୁଖର ହୋଇଥିଲା।ଗାନ୍ଧୀଙ୍କ ପଦଯାତ୍ରା ସ୍ମାରକୀ ବହନ କରୁଥିବା ଗରାପୁର ଡାକବଙ୍ଗଳା ନିକଟ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ପ୍ରତିମୂର୍ତ୍ତିରେପୁଷ୍ପମାଲ୍ୟ ଅର୍ପଣ ପରେ ସକାଳ ୮ଘଟିକାରେ ରାମଧୁନର ତାଳେତାଳେ ବିଭିନ୍ନ ବର୍ଗର ଶତାଧିକ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଶାନ୍ତି ପଦଯାତ୍ରା ତିନିମୁହାଣୀସ୍ଥିତ ଗାନ୍ଧୀ ପଦଯାତ୍ରା ସ୍ମାରକୀ ନିକଟରେ ପହଂଚି ଥିଲା।ଏହି ପଦଯାତ୍ରାକୁ ଉଦ୍ଘାଟନ କରିଥିଲେ ବିଧାୟକ ଗଣେଶ୍ୱର ବେହେରା ।ଗାନ୍ଧୀ ପଦଯାତ୍ରା ସ୍ମାରକୀ ସ୍ଥଳରେ ଶାନ୍ତି ପଦଯାତ୍ରା ପହଁଚିଲା ପରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ ରଘୁରାମ ଆର ଆୟର। ପ୍ରଥମେ ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ବିରବର ପାତ୍ରଙ୍କୁ ବିଧାୟକ ଗଣେଶ୍ୱର ବେହେରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲାପରେ ସମ୍ପାଦକ ରାଜେଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ନନ୍ଦକିଶୋର ପରିଡା ଅଗଷ୍ଟ କ୍ରାନ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରି କଷ୍ଟ ଅର୍ଜିତ ସ୍ୱାଧୀନତାକୁ ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ବିଧାୟିକା ସିପ୍ରା ମଳିକ ଓ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଧୀରେନ ସାହୁ, ଗୟାଧର ଧଳ ପ୍ରମୁଖ।ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ଦାସ, ଶିବପ୍ରସାଦ ଭଳ, ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶୀଷ ମହାନ୍ତି, ପ୍ରିୟଦର୍ଶନୀ ତରାଇ, ରଶ୍ମିରଞ୍ଜନ ରାଉତ, ମାନସ ପରିଡା,ଚିତ୍ତରଞ୍ଜନ ମଲ୍ଲିକ, ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ପ୍ରଦୀପ ମହାନ୍ତି, ରଶ୍ମିତା ପଣ୍ଡା,ଭାଗିରଥି ଜେନା, ରମଣିରଞ୍ଜନ ରାଉତରାୟ, ମାଧବ ଦାସ, ଜଗତଜୀବନ ଦଶ, ଉପେନ୍ଦ୍ର ପରିଡା, ବୈଷ୍ଣବ ସ୍ୱାଇଁ, ପ୍ରଣବ ଜେନା,ପ୍ରକାଶ ମହାନ୍ତି,ଦୋଳଗୋବିନ୍ଦ ସାହୁ, ସୁଧୀର ମଲ୍ଲିକ, ସୂର୍ଯ୍ୟକାନ୍ତ ପରିଡା, ଲୋହିତ ମହାନ୍ତି,ପ୍ରଭାଶିଷ ପଣ୍ଡା, ପ୍ରଦୀପ ନାୟକ, ହୀରଣ୍ୟ ପଣ୍ଡା, ଯଯାତି ମହାନ୍ତି, ଆଲୋକ ସାହୁ, ଧନଞ୍ଜୟ ମହାନ୍ତି, ପୀତବାସ ବେହେରା, ଦେବାଶିଷ କୁବେର,ଭବାନୀ ଓଝା, କିଶୋର ମହାରଣା, ଅକମଲ ଅଲ୍ଲୀ, ଶେଖ ଚନ୍ଦନ, ଅବଦୁଲ ସତ୍ତାର,ନାରାୟଣ ପରିଡା, ସତ୍ୟରଞ୍ଜନ ସେନାପତି ପ୍ରମୁଖ। ଧନ୍ୟବାଦ ଅର୍ପଣ କରିଥିଲେ ମୁକ୍ତାର ଖାଁ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ