ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)-
ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସନ୍ତୋଷ ହେଉଛନ୍ତି । ତେଣୁ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ପଡାର ବୈଜ୍ୟେଷ୍ଠ ବରିଷ୍ଠ ନାଗରିକ ୮୦ ବର୍ଷରୁ ଉର୍ଦ୍ଧ୍ୱମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଲୋଚନା ହୋଇଥିଲା । ଏହା ବ୍ୟତିତ ପଡାର ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର କରାଯିବା ପାଇଁ ଅନୁମୋଦନ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ପାଇଁ ସହରକୁ ପଲିଥିନ ମୁକ୍ତ ପାଇଁ ଜିଲ୍ଲାପାଳଙ୍କ ପତ୍ରାଳାପ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ମଶାର ପ୍ରଦ୍ୟୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିରାକରଣ ପାଇଁ ନର୍ଦ୍ଦମାରେ ମଶାତେଲ ଓ ଧୁଆଁ ଦେବା ପାଇଁ ପୌରପାଳିକା ଅନୁରୋଧ କରାଗଲା ।
ଏହି ସଭାରେ ସଂଘର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ବରିଷ୍ଠ ସଭ୍ୟ ଦିବାକର ହୋତା, ଆକୁଳ ବେହେରା, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଶୁଶିଲ କୁମାର ନାଏକ ଓ ସୂର୍ଯ୍ୟଭାନୁ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ