ଜୟପୁର, ୯ ଅଗଷ୍ଟ (ହି.ସ.) - ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସରକାରୀ ମଂଚରେ ଯୋଗଦେଇ, ଜୟପୁର ଓ କୋରାପୁଟ ଜିଲ୍ଲାର ଦୀର୍ଘଦିନର ସ୍ୱପ୍ନ ଓ ଜନସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଉପସ୍ଥାପନ କରିଥିଲେ।
ସେଥିରୁ ପ୍ରମୁଖ ୫ଟି ଦାବୀକୁ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକୃତି ପ୍ରଦାନ କରିଛନ୍ତି ଓ ଜୟପୁର କାଗଜ କଳର ପୁନରୁଥାନ – ଶତାଧିକ ପରିବାରଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବା।
ବନ୍ଦେ ଭାରତ ରେଳ ସେବା ଆରମ୍ଭ – ଆର୍ôଥକ, ପର୍ଯ୍ୟଟନ ଓ ବ୍ୟାପାରରେ ନୂତନ ଦିଗ ଦେଖାଇବା । ବୋରିଗୁମ୍ମାରେ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ଯୁବପିଢ଼ି ପାଇଁ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି କରିବା । ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଅଧ ପାନ୍ତରିଆ ହୋଇ ପଡ଼ିଥିବା ଅଡିଟୋରିୟମ ସମ୍ପୂର୍ଣ୍ଣ ନିର୍ମାଣ କରି ଶିକ୍ଷା, ସଂସ୍କୃତି ଓ ଗବେଷଣାରେ ଉନ୍ନତି କରିବା।
ଜୟପୁର ପଂଚାୟତ ସମିତି ଅଧୀନରେ ନୂତନ +୩ କଲେଜ ନିର୍ମାଣ କରି ଛାତ୍ରଛାତ୍ରୀଙ୍କ ପାଇଁ ଉତମ ସୁବିଧା ଯୋଗାଇବା। ବିଧାୟକ ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ, କିନ୍ତୁ ସେ ସ୍ପଷ୍ଟ କରିଥିଲେ ଯେ
ଏହି ପ୍ରତିଶ୍ରୁତିଗୁଡ଼ିକ ପ୍ରାୟୋଗିକ କାର୍ଯ୍ୟରେ ପରିଣତ ହେବା ପର୍ଯ୍ୟନ୍ତ ତାଙ୍କର ଲଢ଼େଇ ଜାରି ରହିବ।
ହିନ୍ଦୁସ୍ଥାନ ସମାଚାର / ପିକେପି