ଗଞ୍ଜାମ, ୯ ଅଗଷ୍ଟ (ହି.ସ.)- ଟଙ୍କା ନେଣଦେଣକୁ ନେଇ ଵନ୍ଧୁ ହତ୍ଯାକଲା ବନ୍ଧୁକୁ l ଏ ଧରଣର ଵିଶ୍ୱାସଘାତକ ଘଟଣା ଘଟିଛି ହରିଡା ଖଣ୍ଡି ଗୌଡ ସାହିରେ। ଦୁଇ ଵନ୍ଧୁ ଶଙ୍କର ମାଝି ଓ ଗୈ।ର ବେହେରା ଭଡାଘରେ ରହୁଥିଲେ। ଟଙ୍କା ଦେଵାନେଵାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତ୍କ୍ଷିପ୍ତ ହୋଇ ଗୈ।ର, ଅସୁସ୍ଥ ଶଙ୍କରଙ୍କୁ ମରଣାନ୍ତକ ଆକ୍ରମଣ କରି ଘରଵାହାରୁ ଚାବି ପକାଇ ଚାଲିଯାଇଥିଲା। ଘର ଭିତରୁ ତାଙ୍କ ଚିତ୍କାର ଶୁଣି ସାହିଲୋକେ ପୁଲିସକୁ ଖବର ଦେଇଥିଲେ ରାତି ଦୁଇଟା ଵେଳେ। ଵଡଵଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର ଚାବି ଖୋଲି ଗୁରୁତର ଅବସ୍ଥାରେ ଶଙ୍କରକୁ ଉଦ୍ଧାର କରିବ୍ରହ୍ମପୁର ଵଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଶଙ୍କରକୁ ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ହତ୍ୟାକାରୀ ଫେରାର ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ