କୋରେଇ, ୦୯ ଅଗଷ୍ଟ (ହି.ସ.) - କୋରେଇ ବ୍ଳକ ଅନ୍ତର୍ଗତ କରଦା ପଂଚାୟତ ପଳସା (ଆମ୍ବଗଡିଆ) ଗ୍ରାମର ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପଣ୍ଡା (ଟିପୁ ନନା)ଙ୍କ ଆଜି ମଧ୍ୟାନ୍ନରେ ଯାଜପୁର ବାସଭବନରେ ହୃଦଘାତରେ ମୃତ୍ୟୁ ଘଟିଛି । ୭୫ ବର୍ଷିୟ ଶ୍ରୀ ପଣ୍ଡାଙ୍କ ଆକସ୍ମିକ ମୃତ୍ୟୁ ଖବର ସ୍ଥାନୀୟ ଅଂଚଳକୁ ସବ୍ଧ କରବିା ସହ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ସ୍ୱର୍ଗତ ପଣ୍ଡା ବର୍ତମାନ ଯାଜପୁରରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବତନ ଯାଜପୁର ବାର କାଉନସିଲର ସଭାପତି, ବିରଜା ମଣ୍ଡଳୀର ସଦସ୍ୟ, କରଦା ବିଦ୍ୟାଳୟର ଉପଦେଷ୍ଟା, କରଦା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, କରଦା ହରିହାଟ ମହୋତ୍ସବ କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ଖବରପାଇ ତାଙ୍କ ବାସଭବନରେ ଯାଜପୁରର ରାଜନେତା, ଆଇନଜୀବୀ, ବୁଦ୍ଧିଜିବୀ ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇଥିବା ବେଳେ କରଦା ସ୍କୁଲ ଓ କରଦା ହରିହାଟ ମନ୍ଦିର ପାଶ୍ୱର୍କୁ ନିଆଯାଇଥିଲା । ମହୋତ୍ସବ କମିଟି ପକ୍ଷରୁ ତାଙ୍କୁ ଶ୍ରଦ୍ଧାଂଜଳୀ ଦିଆଯାଇଥିଲା । ପରେ ରାଣିଗୋଡା ଠାରେ ବିଜେପି ମଣ୍ଡଳ ସଭାପତି ଭାସ୍କର ସାହୁ ଓ ପଂଚାୟତ ସଭାପତି କାର୍ତିକ ଚନ୍ଦ୍ର ସାହୁଙ୍କ ସମେତ ଶତାଧିକ କର୍ମୀ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ପରେ ଏକ ଶେଭାଯାତ୍ରାରେ ଅଣାଯାଇ ଗାଁ ଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ମୁଖାଗ୍ନୀ ଦେଇଥିଲେ । ପୁଅ, ବୋହୁ, ନାତିନାତୁଣୀ, ପରିବାରର ସମସ୍ତ ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୟ ସ୍ୱଜନ ମରଶରୀର ନିକଟରେ ଉପସ୍ଥିତ ଥିଲେ । ଗ୍ରାମର ଶେଷ ଦର୍ଶନ ପାଇ ସଂଗ୍ରାମ ସାହୁ, ମାୟାଧର ସାହୁ, ଅଭିରାମ ସାହୁ, ଅରୁଣ ମହାପାତ୍ର, ଶରତ ଖଣ୍ଡାଇ, ହାଡିବନ୍ଧୁ ସାହୁ, ରମ।।କନ୍ତ ବାରିକ, ଭଗବାନ ପଣ୍ଡା କାହ୍ନୁ ଚରଣ ସାହୁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ