ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଖବର କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଆଲେଖ୍ୟ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେଉଁଠି ଆକ୍ସନ କଲେ ମୁଖ୍ୟମନ୍ତ୍ରୀ ? ହଇଜାରେ କଣ ଆକ୍ସନ ନେଲେ.. ପିଇବା ପାଣି ଆଜି ବି ଦେଇ ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ କେବଳ ବୁଲୁଛନ୍ତି। ଗତବର୍ଷ ରଥଯାତ୍ରା ବେଳେ ବଳଭଦ୍ରଙ୍କୁ ତଳେ ପକେଇ ଦେଲେ, ଏ ବର୍ଷ ରଥଯାତ୍ରାରେ ଦଳା ଚକଟାରେ ୩ ଜଣ ମରିଗଲେ, ଅଫିସରଙ୍କୁ ମାଡ଼ ହେଉଛି, ପ୍ରଶ୍ନ ପତ୍ର ଲିକ ହେଉଛି। ତେବେ କେଉଁଠି ମୁଖ୍ୟମନ୍ତ୍ରୀ ମର୍ମାହତ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା