ଭୁବନେଶ୍ୱର, ୯ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ସର୍ବାଧିକ ୯୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଯାଜପୁର ଜିଲ୍ଲାର ଯାଜପୁରରେ ୫୦.୦ ମି.ମି., କୋରେଇରେ ୪୬.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୪୬.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁର(ପିଟିଓ)ରେ ୪୩.୬ ମି.ମି., କଟକ ଜିଲ୍ଲାର ମାହାଙ୍ଗାରେ ୩୯.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୩୫.୪ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୩୫.୨ ମି.ମି., ପୁରୀ ଜିଲ୍ଲାର ନିମାପଡ଼ାରେ ୩୫.୨ ମି.ମି., ଜଗତସିଂହପୁର ଜିଲ୍ଲାର ନାଉଗାଁରେ ୩୪.୦ ମି.ମି., ପୁରୀ ଜିଲ୍ଲାର କାକଟପୁରରେ ୩୩.୦ ମି.ମି. ଏବଂ ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ୩୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ