ସୁବର୍ଣ୍ଣପୁର, ୯ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲପାଳ, ଡ.ନୃପରାଜ ସାହୁ ପରିବାର ସହିତ ସୋନପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ପହଞ୍ଚିଥିଲେ । ବାଳାଶ୍ରମର ଅନ୍ତେବାସୀ ତଥା ଅନାଥ ଝିଅମାନେ ଜିଲ୍ଲାପାଳ ଓ ତାଙ୍କ ପୁଅଙ୍କୁ ରାକ୍ଷୀ ବାନ୍ଧିଥିଲେ।
ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଝିଅମାନେ ବାଳାଶ୍ରମର ଅନାଥ ପିଲାମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଓ ପରସ୍ପରଙ୍କୁ ମିଠା ଖୁଆଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ