ତାରିଣୀ ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ
ଘଟଗାଁ, ୯ ଅଗଷ୍ଟ (ହି.ସ.)- ତାରିଣୀ ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ଉପଦେଷ୍ଟା କମିଟିର ସଦସ୍ୟ ମାନଙ୍କୁ ନେଇ ବହୁ ଆଡମ୍ବରରେ ପାଳିତ ହୋଇଛି ରକ୍ଷା ବନ୍ଧନ ଉତ୍ସବ। ବିଦ୍ୟାଳୟର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସଙ୍କ ଦ୍ଵାରା ଆୟୋ
ତାରିଣୀ ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ


ଘଟଗାଁ, ୯ ଅଗଷ୍ଟ (ହି.ସ.)- ତାରିଣୀ ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟି ଉପଦେଷ୍ଟା କମିଟିର ସଦସ୍ୟ ମାନଙ୍କୁ ନେଇ ବହୁ ଆଡମ୍ବରରେ ପାଳିତ ହୋଇଛି ରକ୍ଷା ବନ୍ଧନ ଉତ୍ସବ। ବିଦ୍ୟାଳୟର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସଙ୍କ ଦ୍ଵାରା ଆୟୋଜନ କରାଯାଇଥିବା ଏହି ଉତ୍ସବରେ ପରିଚାଳନା କମିଟି ସଭାପତି ମହେନ୍ଦ୍ର ପାତ୍ର ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଏସକେ ଜମାଳଦିନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷିତ ହୋଇଥିଲା ମୋ ଭାଇ ମୋ ସାହା। ଆଜିର ସମାଜରେ ଭାଇ ଭଉଣୀ ର ପବିତ୍ର ସଂପର୍କ କୁ କଳୁସିତ କରିବା ପାଇଁ ନ ଦିଆଯିବା ଉପରେ ଏକ ସଚେତନତାମୂଳକ ନାଟକକୁ ଛାତ୍ର ଛାତ୍ରୀ ମାନେ ଅତି ସୁନ୍ଦର ଅଭିନୟ ଭାବରେ ଉପସ୍ଥାପିତ କରିଥିଲେ। ତା' ସହ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ରାକ୍ଷୀ ବାନ୍ଧି ପରସ୍ପର ପ୍ରତି ନିବିଡ ସଂପର୍କକୁ ଚିରଦିନ ବାନ୍ଧି ରଖିବା ପାଇଁ ଶପଥ ପାଠ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ସାହା, ଶିକ୍ଷକ ମଧୁସୁଦନ ସାହୁ, କିଶୋର ବାରିକ, ଜୟନ୍ତୀ ସୂତାର, ସ୍ମୃତି ପଦମା ସେଠୀ, ପ୍ରଭାତୀ ପରମାଣିକ, ସୁମତ୍ରା ବେହେରା, ନମିତା ପାତ୍ର, ସୋମନାଥ ହେମ୍ରୁମ୍ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande