ବଲାଙ୍ଗିର, 9 ଅଗଷ୍ଟ (ହି.ସ.)
ଆଜି ବଲାଙ୍ଗୀରର କଦମପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ “ରକ୍ଷାବନ୍ଧନ”ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଚିବ
ରାମଚନ୍ଦ୍ର ପଟେଲ ଓ ମୁଖ୍ୟବକ୍ତା ରୂପେ ପ୍ରାନ୍ତ ବିଦ୍ୟାମନ୍ଦିର ମାଧ୍ୟମିକ ଶୈଖିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ଶିଶୁଭାଇ ଭଉଣୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ ତଥା ଛାତ୍ରୀ ଅମିଷା ସାହୁଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଯୋଜନା ଛାତ୍ର ଆଶୁତୋଷ ତ୍ରିପାଠୀ ଓ ଅରବିନ୍ଦ ପଣ୍ଡା କରିଥିଲେ । ଶିଶୁବକ୍ତା ଦେବ ପ୍ରକାଶ ସାହୁ, ଆୟୁଷ୍ମାନ ପଟ୍ଟନାୟକ, ବିଶାଖା ମେହେର,ଇଚ୍ଛାମୟ ମିଶ୍ର ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହାପରେ ବେଦମନ୍ତ୍ର ଗାନ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା । ପରେ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ମଧ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟବକ୍ତା ନିଜର ବୈଧିକ ପ୍ରଦାନ କରି ପ୍ରକୃତିର ମହିମା ଓ ଆଜିର ଦିନର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ । ଏହାପରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ଦେଇ ଶ୍ରାବଣ ପୂର୍ଣ୍ଣିମାର ବୈଜ୍ଞାନିକ ମତବାଦ ବର୍ଣ୍ଣନା କରିଥିଲେ । ଅଧ୍ୟକ୍ଷ ଡ.ଭବାନୀ ଶଙ୍କର ପଟେଲ ନିଜର ଆଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ଅନ୍ୟତମ ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ସଂପାଦକ ମହୋଦୟ ପ୍ରଦାନ କରିଥିଲେ । ଏହିପରି ଗୁରୁମା ସରିତା ମିଶ୍ର ଓ ଗୁରୁଜୀ ରୋହିତ ଭୋଇଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପର୍ଣ୍ଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ