ସୁଖ ଶାନ୍ତି ସରୋବରରେ ରକ୍ଷାବନ୍ଧନ ଉତ୍ସବ
କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁଖ ଶାନ୍ତି ସରୋବର ପୁରୁଣା ସହର ଠାରେ ରକ୍ଷା ବନ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଂଶପାଳ ତହସିଲଦାର ବିକାଶ ସାହୁ ଯୋଗଦେଇ ଦେଇଥଲାବେଳେ ମୁଖ୍ୟ ସଂଚାଳିକା ବ୍
ସୁଖ ଶାନ୍ତି ସରୋବରରେ ରକ୍ଷାବନ୍ଧନ ଉତ୍ସବ


କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁଖ ଶାନ୍ତି ସରୋବର ପୁରୁଣା ସହର ଠାରେ ରକ୍ଷା ବନ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଂଶପାଳ ତହସିଲଦାର ବିକାଶ ସାହୁ ଯୋଗଦେଇ ଦେଇଥଲାବେଳେ ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିନ୍ଦୁ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ବ୍ରହ୍ମକୁମାର ଓ ବ୍ରହ୍ମକୁମାରିଙ୍କୁ ରକ୍ଷା ବନ୍ଧନ କରାଯାଇଥିଲା। ଏହାପରେ କେନ୍ଦୁଝର ଶାଖା ପକ୍ଷରୁ ଅଡିଟୋରିୟମରେ ଅନୁଷ୍ଠିତ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟଅତିଥି ରାଜ୍ୟ ସରକାରଙ୍କ ମନ୍ତ୍ରୀ କୁଷ୍ଣଚନ୍ଦ୍ର ମହାପାତ୍ର, ତେଲକୋଇ ବିଧାୟକ ଡ଼ ଫକିର ନାଏକ, ପାଟଣା ବିଧାୟକ ଅଖିଳ ନାୟକ, ଜିଲ୍ଲାପାଳ ବିଶାଲ ସିଂହଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥିଙ୍କୁ ରକ୍ଷା ବନ୍ଧନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande