ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମ୍ ପଡା ବଲାଙ୍ଗିର ଶିଶୁ ବାଟିକା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ବଲାଙ୍ଗିର, 9 ଅଗଷ୍ଟ (ହି.ସ.) ଅଦ୍ୟ ତା.୦୯-୦୮-୨୫ରିଖ ଦିନ ସରସ୍ଵତୀ ଶିଶୁବାଟିକା କଦମ୍ ପଡା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଚୁମକି ଦାଶ ଯୋଗଦାନ କରି ଦୀପ ପ୍ରଜ୍ବଳନ କରି ଉକ୍ତ ଦିନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବ
ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମ୍ ପଡା ବଲାଙ୍ଗିର ଶିଶୁ ବାଟିକା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ


ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମ୍ ପଡା ବଲାଙ୍ଗିର ଶିଶୁ ବାଟିକା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ —---------


ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମ୍ ପଡା ବଲାଙ୍ଗିର ଶିଶୁ ବାଟିକା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ —---------


ବଲାଙ୍ଗିର, 9 ଅଗଷ୍ଟ (ହି.ସ.)

ଅଦ୍ୟ ତା.୦୯-୦୮-୨୫ରିଖ ଦିନ ସରସ୍ଵତୀ ଶିଶୁବାଟିକା କଦମ୍ ପଡା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଚୁମକି ଦାଶ ଯୋଗଦାନ କରି ଦୀପ ପ୍ରଜ୍ବଳନ କରି ଉକ୍ତ ଦିନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଡ଼.ଶ୍ରୀଯୁକ୍ତ ଭବାନୀ ଶଙ୍କର ପଟେଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତରିଆ ଯୋଗଦାନ କରି ମାର୍ଗଦର୍ଶନ କରିଥିଲେ।

ଗୁରୁମା ଶ୍ରୀମତୀ ସଂଘମିତ୍ରା ନାୟକ ଓ ଶ୍ରୀମତୀ ନନ୍ଦିତା ବେହେରା ଙ୍କ ନିର୍ଦ୍ଦେଶନାରେ ରକ୍ଷାବନ୍ଧନ ଆଧାରିତ ଏକ ନୃତ୍ୟ ଶିଶୁଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା।ଗୁରୁମା ସୁଶ୍ରୀ କୁମୁଦିନୀ ପୃଷ୍ଟି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମସ୍ତ ଶିଶୁ ଭାଇ ଭଉଣୀ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ଖୁଆଇ ଥିଲେ। ପରିଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତରିଆ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande