କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଆଂଚଳିକ ପରିବହନ ବିଭାଗ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରାଯାଇଥିଲା।ଆଂଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ମୋଟର ଯାନ ନିରୀକ୍ଷକ ପ୍ରକାଶ କୁମାର ଦୀପ,ଟ୍ରାଫିକ ଇନ୍ସପେକ୍ଟର ସୁକୁରାମ ସୋରେନଙ୍କ ନେତୃତ୍ୱରେ ଆସିଷ୍ଟାଂଟ ଟ୍ରାଫିକ ସବ୍ ଇନ୍ସପେକ୍ଟର ପହଲି ନାୟକ,କନେଷ୍ଟବଲ ଗଚେନ୍ ହେମ୍ବ୍ରମ,ଜ୍ୟୋତି ବାରଲା, ରୋଷନ୍ ବୁହେ,ଏନ୍.ଏସ୍.ପୋଲିସ୍ ହାଇସ୍କୁଲର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା,କ୍ୟାଡେଟ ସୁମିତ୍ ଗିରି,ସମ୍ବିତ ପ୍ରଧାନ,ଉମେଶ ବେହେରା,ଏସ୍. ହିମାଂଶୁ ଶେଖର ପାତ୍ର,ଝରଣା ରାଣୀ ନାୟକ,ସିମ୍ରନ୍ ପଣ୍ଡା,ବ୍ରହ୍ମ କୁମାରୀ ଭଉଣୀ ପ୍ରିୟଙ୍କା, ଟୁନି ପ୍ରମୁଖ ଯୋଗ ଦେଇ କେନ୍ଦୁଝର ସହରର ଲାବଣ୍ୟ ଛକ, କଲେକ୍ଟରେଟ ଅଫିସ୍ ସମ୍ମୁଖ,ଧୃପଦା,ତେଲକୋଇ ବସ୍ ଷ୍ଟାଣ୍ଡ,କରଞ୍ଜିଆ ବସ୍ ଷ୍ଟାଣ୍ଡ ରେ ମୋଟର ସାଇକେଲ,କାର,ବସ୍,ଟ୍ରକ୍ ଚାଳକ ତଥା ପଥଚାରୀଙ୍କୁ ସଡ଼କ ସୁରକ୍ଷା ନିୟମ ହେଲମେଟ ପିନ୍ଧିବା,ସିଟ ବେଲ୍ଟ ବାନ୍ଧିବା,ମଦ୍ୟ ପାନ କରି ଗାଡ଼ି ନ ଚଳାଇବା,ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା,ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ରେ କଥା ନ ହେବା ତଥା ଟ୍ରାଫିକ ନିୟମ ପାଳନ ପାଇଁ ସଚେତନ କରିବା ସହିତ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA