ପାଟଣା ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନଉତ୍ସବ ପାଳିତ
କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ପାଟଣା ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟପାଲାଗାୟକ ମଧୁସୂଦନବାରିକ ଯୋଗ ଦେଇ ରକ୍ଷାବନ୍ଧନର ମହତ୍ୱସହିତ ଜଗନ୍ନାଥ ସଂସ୍କୃତି ବିଷୟରେ ବକ୍ତବ୍ୟରଖିଥିଲେ ମୁଖ୍ୟବକ୍ତା ଭାବେ ପ୍ରଜାପିତା ବ୍ରହ୍ମକୁମାରୀର ସଂଚାର
ପାଟଣା ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନଉତ୍ସବ ପାଳିତ


କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ପାଟଣା ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟପାଲାଗାୟକ ମଧୁସୂଦନବାରିକ ଯୋଗ ଦେଇ ରକ୍ଷାବନ୍ଧନର ମହତ୍ୱସହିତ ଜଗନ୍ନାଥ ସଂସ୍କୃତି ବିଷୟରେ ବକ୍ତବ୍ୟରଖିଥିଲେ ମୁଖ୍ୟବକ୍ତା ଭାବେ ପ୍ରଜାପିତା ବ୍ରହ୍ମକୁମାରୀର ସଂଚାରିକା ସଞ୍ଜୁ ଅପା ଆତ୍ମାପରତ୍ମାର କଥାକୁସୁନ୍ଦର ଭାବରେବର୍ଣ୍ଣନାକରି ମୂଲ୍ୟବାନ କଥା ରଖିଥିଲେ ସମ୍ମାନୀତ ଅତିଥିସମାଜସେବୀ ତଥା ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସଂପାଦକ ବିଦ୍ୟାଧର ମହାନ୍ତ ମଧ୍ୟଭଗବାନ ବଳଭଦ୍ରଙ୍କ ଜନ୍ମ ବିଷୟରେ ବକ୍ତବ୍ୟ ରଖିଥିଲେ ପ୍ରଧାନଆଚାର୍ଯ୍ୟ କୃଷିଭିତିକ ଗଣପର୍ବ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଆଚାର୍ଯ୍ୟ ସଞ୍ଜୟ କୁମାର ଗିରି ଧନ୍ୟବାଦ ଅର୍ପଣକରିଥିଲେ। ପରିଶେଷରେ ଆମ ଓଡ଼ିଶା ସମ୍ବାଦତରଫରୁ ମଧ୍ୟ ବୃକ୍ଷ ପୂଜନ ସହିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲାମୁଖ୍ୟଅତିଥି ରୂପେ ବଡ ପାଟଣା ଗ୍ରାମପଂଚାୟତର ସରପଂଚ ବିନତୀବାନରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବାଦର ପ୍ରତିନିଧି ମହେଶ୍ୱର ପୃଷ୍ଟି ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande