ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ
ସମ୍ବଲପୁର, ୦୯ ଅଗଷ୍ଟ (ହି.ସ.) - ରାକ୍ଷୀ ପୂର୍ଣ୍ଣିମା ଭଳି ଜନପ୍ରିୟ ପାରମ୍ପରିକ ପର୍ବ ସୁରକ୍ଷାର ଏକ ବିରଳ ଦୃଷ୍ଟାନ୍ତ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ପ୍ରେମ ଆବିଳତାର ସୁରକ୍ଷା ବନ୍ଧନ ବୋଲି ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ବକ୍ତା ମାନ
ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ


ସମ୍ବଲପୁର, ୦୯ ଅଗଷ୍ଟ (ହି.ସ.) - ରାକ୍ଷୀ ପୂର୍ଣ୍ଣିମା ଭଳି ଜନପ୍ରିୟ ପାରମ୍ପରିକ ପର୍ବ ସୁରକ୍ଷାର ଏକ ବିରଳ ଦୃଷ୍ଟାନ୍ତ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ପ୍ରେମ ଆବିଳତାର ସୁରକ୍ଷା ବନ୍ଧନ ବୋଲି ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ବକ୍ତା ମାନେ ମତ ଦେଇଥିଲେ।

ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବର ମୁଖ୍ୟ ଅତିଥି ଆୟୁର୍ବେଦ ଚିକିତ୍ସକ ଡା. ରାଜାରାମ ଷଡଙ୍ଗୀ ଦୀପ ପ୍ରଜ୍ୱଳନ କରିଥିଲେ। ବିଦ୍ୟାଳୟ ର ଭଉଣୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ଷଡଙ୍ଗୀ ଦିବସ ର ମହତ୍ୱ ଓ ଉଦେଶ୍ୟ ବିଷୟରେ ଅବତାରଣା କରିଥିଲେ। ମୁଖ୍ୟବକ୍ତା ବେବିରାଣୀ ସମାଜ ପାଇଁ ରାକ୍ଷୀର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ନେଇ ଆଲୋଚନା କରିଥିଲେ। ବିଦ୍ୟାଳୟ ର ସଭାପତି ଡ଼. ପଣ୍ଡା ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନ, ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ତପସ୍ୱିନୀ କାବ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ। ଆଜିର ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ଜୟ ଶଙ୍କର ପାଢ଼ୀ ରକ୍ଷା ବନ୍ଧନ ର ଆଭିମୁଖ୍ୟ ବିଷୟ ରେ ଅବତାରଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର କ୍ରାନ୍ତି ଦିବସ ସମ୍ପର୍କରେ ସୂଚନା ଦେବା ସହ ଭାଇ ଭଉଣୀଙ୍କ ମଧ୍ୟରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ତୃପ୍ତି ମୟୀ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande