ଚମ୍ପୁଆ, ୯ ଅଗଷ୍ଟ (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସମ୍ବାଦ ପ୍ରତିନିଧି ପରମାନନ୍ଦ ମହାନ୍ତ, ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ କପିଳେନ୍ଦ୍ର ସାମନ୍ତରା ଯୋଗ ଦେଇ ଗହ୍ମାପର୍ବ ଏକ କୃଷି ଭିତିକ ପର୍ବ ଓ ବଳଦେବ ଜନ୍ମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏଥି ସହିତ ନିଶା ସେବନର କୁପରିଣାମ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଏହି ରକ୍ଷା ବନ୍ଧନ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମାଆ ଓ ସେବକ ସେବିକା ପରସ୍ପର ରାକ୍ଷୀ ବାନ୍ଧିବା ପରେ ନଗରର ବିଭିନ୍ନ ସାହି, ବସ୍ତି, ଡାକ୍ତର ଖାନା, ବସ୍ ଷ୍ଟାଣ୍ଡ, ଜେଲ୍ ଖାନା ଆଦି ଅଂଚଳକୁ ବୁଲି ଛାତ୍ରଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ। ଏଥିସହିତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ରାଷ୍ଟ୍ରୀୟ ଧ୍ୱଜ ଭଗବା ଧ୍ୱଜ, ବୃକ୍ଷ ଏବଂ ଗାଈ ବାଛୁରୀଙ୍କୁ ରାକ୍ଷୀ ବାନ୍ଧିଥିଲେ । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାସ୍କର ଚନ୍ଦ୍ର ମହାକୁଡ଼ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta