କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ଆଜି କେନ୍ଦୁଝର ପାର୍କଲାଇନ ସ୍ଥିତ ପ୍ରେକ୍ଷାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ସାମାଜିକ ଓ ଆର୍ôଥକ ସ୍ଥିତିର ସୁଦୃଢ଼ୀକରଣ ନିମନ୍ତେ ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନା ବାବଦରେ ଆଲୋକପାତ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ମହାପାତ୍ର ସୁଭଦ୍ରା ଯୋଜନା କେବଳ ଏକ ଆର୍ôଥକ ସହାୟତା ଯୋଜନା ନୁହେଁ ବରଂ ଏହା ମହିଳାମାନଙ୍କ ପାଇଁ ସ୍ୱାବଲମ୍ବନ ଏବଂ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ପାଇଁ ଏକ ମାଧ୍ୟମ ବୋଲି କହିଥିଲେ। ଏହାସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ଜୀବିକା କାର୍ଯ୍ୟକଳାପ ଆରମ୍ଭ କିମ୍ବା ବିସ୍ତାର କରିବା ପାଇଁ ସମୟୋଚିତ ସହାୟତା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସୁଭଦ୍ରା ଯୋଜନାର ସୁଫଳ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ କେନ୍ଦୁଝର ଜିଲ୍ଲା ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପ୍ରଶାସନକୁ ମାନ୍ୟବର ମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ମଂଚ ଉପରେ ନିଜ ସଫଳତା କାହାଣୀ ବଖାଣିଥିବ ସୁଭଦ୍ରା ହିତାଧିକାରୀଙ୍କ ଭୂୟସୀ ପ୍ରଶଂସା କରିବା ସହ ସଠିକ୍ ହାତରେ ସୁଯୋଗ ପହଂଚିବା ପରେ ଏହା ଜୀବନ ପରିବର୍ତନକାରୀ ଶକ୍ତିରେ ରୂପାନ୍ତରିତ ହୋଇ ପାରିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥି ଭାବେ ବିଧାୟକ ପାଟଣା ଅଖିଳ ଚନ୍ଦ୍ର ନାଏକ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ୍ୱିଶାଲ ସିଂହ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକ ପ୍ରମୁଖ ଯୋଗ ଦେଇ ଜିଲ୍ଲା ସାରା ମହିଳା ଏବଂ ପରିବାର ଉପରେ ଯୋଜନାର ପରିବର୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ, ଉତ୍ସବର ଅଂଶ ସ୍ୱରୂପ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୁଭଦ୍ରା ଯୋଜନାର ଅନେକ ହିତାଧିକାରୀ ମଂଚ ଉପରେ ନିଜ ପ୍ରେରଣାଦାୟକ ସଫଳତା କାହାଣୀ ବାଂଟିଥିଲେ। ଏହି ଯୋଜନା କିପରି ସେମାନଙ୍କୁ ସେମାନଙ୍କର ଜୀବିକା ନିର୍ବାହ ଏବଂ ପରିବାର ପାଇଁ ଯୋଗଦାନ ଦେବାରେ ସଶକ୍ତ କରିଥିଲା ତାହା ବର୍ଣ୍ଣନା କରିଥିଲେ।
କୋରାପୁଟରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା, ଯାହା ଫଳରେ କେଉଁଝରର ଲୋକମାନେ ରାଜ୍ୟସ୍ତରୀୟ ଉତ୍ସବ ଏବଂ ଯୋଜନା ସହିତ ଜଡିତ ଘୋଷଣାଗୁଡ଼ିକୁ ଦେଖିପାରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA