କେନ୍ଦୁଝର, ୯ ଅଗଷ୍ଟ (ହି.ସ.) - ମଦ ନିଶାରେ ବିଜ୍ଞାନ ଶିକ୍ଷକ ବେହୋସ୍ ହେବା ଭିଡିଓ ଭାଇରାଲ ହେବା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳୀ ପଂଚାୟତର ଭୁଲଦା ବିଶୋଇପାଟ ଉଚ୍ଚ ବିଦ୍ୟାଳୟ ରେ। ସେହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କ ବିଦ୍ୟାଳୟ କୁ ମଦ ପିଇ ଆସିବା ଏକ ନିତିଦିନିଆ ଘଟଣା ହୋଇଥିଲା ବେଳେ ଶୁକ୍ରବାର ଦିନ ଏହା ସବୁ ସୀମା ଅତିକ୍ରମ କରିଥିଲା। ଶୁକ୍ରବାର ଦିନ ୧୧ ଟା ବେଳକୁ ସାର୍ ଜଣ ଏତେ ମଦ ପିଇ ଥିଲେ ଯେ ଶ୍ରେଣୀ ଗୃହ କୁ ଯାଇନପାରି ବାରଣ୍ଡାରେ ବେହୋସ୍ ହୋଇ ପଡ଼ିଥିଲେ। ସ୍କୁଲ ର ଛାତ୍ର ଛାତ୍ରୀ ସାର୍ ଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସାର୍ ଉଠିନଥିଲେ। ପିଲାମାନେ ସାର୍ ଙ୍କୁ ଉଠାଇବା ଭିଡିଓ କୁ କିଛି ସଚେତନ ଅଭିଭାବକ ମୋବାଇଲ ରେ ଉତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ପରେ ଏ ସମ୍ପର୍କରେ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ଯୋଗାଯୋଗ କରିବାରୁ ସେ ସୋମବାର ଦିନ ବିଦ୍ୟାଳୟକୁ ଯାଇ ଏହାର ତଦନ୍ତ କରି ମଦ୍ୟପ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କ ଘର ବଡ ନେଉଳୀ ରେ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA