ବଲାଙ୍ଗିର, 9 ଅଗଷ୍ଟ (ହି.ସ.)ପବିତ୍ର ରକ୍ଷାବନ୍ଧନ ଅବସର ରେ କବି ଗାଳ୍ପିକା ଗାୟତ୍ରୀ ସରାଫ ଙ୍କ ପ୍ରେମ ଗଳ୍ପ ଓ ଗାଥା ଗାୟତ୍ରୀ ୨ ପୁସ୍ତକ ଉନ୍ମୋଚିତ ହୋଇ ଯାଇଚି । ଏହା ଏକ ଅଭିନବ ବିଚାର ଧାରା ନେଇ ଲିଖିତ । ଗାଳ୍ପିକା ନିଜର ସାନ ଭାଈ ମାନଙ୍କ ଉପଷ୍ଟିତି ରେ ସ୍ଥାନୀୟ ରାଧାରାଣୀ ପଡ଼ା ସନାତନ ମନ୍ଦିର ପରିସର ରେ ଅତି ନିରାଡମ୍ବର ରକ୍ଷାବନ୍ଧନ ଉତ୍ସବ କରି ଭାଈ ମାନଙ୍କୁ ସେମାନଙ୍କ ହାତରେ ରାଖି ବାନ୍ଧି ଥିବା ବେଳେ ଏହି ଦୁଇ ପୁସ୍ତକ ଉନ୍ମୋଚନ କରିଥିଲେ। ଗାଳ୍ପିକା ଶ୍ରୀମତି ସରାଫ ଦୁଇଟି ଯାକ ପୁସ୍ତକ ର ସଂକ୍ଷିପ୍ତ ବିବରଣୀ ଦେଇ ଭାଈ ମାନଙ୍କ ଭଊଣି ମାନଙ୍କ ପ୍ରତି କର୍ତ୍ତବ୍ୟ ବୋଧ ବିଷୟରେ ଭଊଣି ମାନଂକୁ ସୁରକ୍ଷା ଡେବା ତାଙ୍କର ମୁଖ୍ୟ ଦାୟିତ୍ଵ ବୋଳି ସଚେତନ କରି ଥିଲେ। ଏହି ଉତ୍ସବ ରେ ଅମ୍ବରିସ ସରାଫ ଅଧ୍ୟକ୍ଷତା କରି ମହାନ କବି ଗଙ୍ଗାଧର ମେହେର ଙ୍କୁ ସ୍ମରଣ କରି ନାରୀ ସୁରକ୍ଷା ଊପରେ ଜୋର ଦେଇଥିଲା। ବାକ୍ତା ସସ୍ମିତା ସାହୁ, ଉମାକାନ୍ତ ପାତ୍ର, ବିପିନ ବିହାରୀ ପଣ୍ଡା, ମଦନ ପାଣିଗ୍ରାହି, ଅଶୋକ ପଣ୍ଡା, ମିଳନ କୁମାର ସାହୁ ନିଜସ୍ୱ ମତ ରଖି ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ