ରାକ୍ଷୀ ପୂର୍ଣିମାରେ ଆମ ଗାଁ ସାହିତ୍ୟ ପରିଷଦର ବହୁବିଧ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲିଆ ଦୟାନନ୍ଦ ସେବାଶ୍ରମ ପରିସରରେ ବହୁ ବିଧ କାର୍ଯ୍ୟକ୍ରମ କରାଯାଇଛି । ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅ
ରାକ୍ଷୀ ପୂର୍ଣିମାରେ ଆମ ଗାଁ ସାହିତ୍ୟ ପରିଷଦର ବହୁବିଧ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୯ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଗାଁ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲିଆ ଦୟାନନ୍ଦ ସେବାଶ୍ରମ ପରିସରରେ ବହୁ ବିଧ କାର୍ଯ୍ୟକ୍ରମ କରାଯାଇଛି । ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦ ର ସମ୍ପାଦକ ଡ଼ ଶ୍ରୀଧର କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଡ ସର୍ବେଶ୍ଵର ସେଣ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ବ।ସ୍ତୁବିତ୍ ସମାଜ ସେବୀ ଡ ନାରାୟଣ ପତି ଯୋଗ ଦେଇ ପବିତ୍ର ରକ୍ଷାବନ୍ଧନର ମାହାତ୍ମ୍ୟ, ଏହା ଭାଇ ଭଉଣୀର ସ୍ନେହ ମମତା ସମ୍ପ୍ କର ପ୍ରତୀକ ବୋଲି ମତ ରଖିଥିଲେ। ଦୟାନନ୍ଦ ସେବାଶ୍ରମର ମୁଖ୍ୟ ସଂଚାଳକ ମଦନ ମୋହନ ବେହେରା ସ୍ଵ।ଗତ୍ ଭାଷଣ ପ୍ରଦାନ କରିଥିଲେ। ସଂପାଦକ ସ୍ବପ୍ନ।°ଶୁ କୁମାର ଦାସ ଅନୁଷ୍ଠାନର ଆଭିମୁଖ୍ୟ, ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଟ କବି ଗୀତାଞ୍ଜଳୀ ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ବହୁଭାଷୀ କବି, ସୁସଂଗଠିକା, ଡ୍ କଳ୍ପନା ମଲ୍ଲିକ ର।ଜ୍ୟ ମହିଳା କମିଶନର ସଦସ୍ୟା ଭାବେ ମନୋନୀତ ହୋଇଥିବାରୁ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ଉପଢୋକନ୍, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଆଶ୍ରମ ସଂଚାଳକ ମଦନ ମୋହନ ବେହେରାଙ୍କୁ ନିରନ୍ତର ସମାଜ ସେବା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା । ଲୋକ ପ୍ରିୟ କବି, ଈଶ୍ୱର ଚନ୍ଦ୍ର ପୃଷ୍ଟି ଓ ପ୍ରବଚକ ଶୈଳଜ। ଶଙ୍କର ସାମଲ ଙ୍କ ସଂଯୋଜନାରେ ଅନୁଷ୍ଟିତ କବିତା ଅ।ସରରେ କବିତା ମୁଦୁଲି, ରଞ୍ଜନ ବାଇ,ଗୀତାଞ୍ଜଳୀ ସାହୁ, ବାପିନ ମଲ୍ଲ, କିଶୋର ଚନ୍ଦ୍ର ଜେନା, ରାଜେଶ କୁମାର ଜେନା, ଗୋଲାପ ରାଉତ, ନକୁଳ ଚନ୍ଦ୍ର ପୃଷ୍ଟି, ମଧୁସୂଦନ ନାୟକ, ରଘୁନାଥ ସାହୁ, ପ୍ରମୁଖ କୋଡ଼ିଏ ଜଣ କବି ସ୍ଵ କବିତା ପାଠ କରିଥିଲେ। ଇତ୍ୟବସରରେ ଆଶ୍ରମ ପରିସରରେ ପରିଷଦ କର୍ମକର୍ତ୍ତା ମାନେ ବୃ୍ଷରୋପଣ କରିଥିଲେ। ଆଶ୍ରମର କର୍ମକର୍ତ୍ତା ବସନ୍ତ ଜେନା, ରବୀନ୍ଦ୍ର ନାଥ ଜେନା, ବୈଲୋଚନ ଦାସ, ଉର୍ମିଳା ଆର୍ଯ୍ୟ। , ଶିଳ୍ପା ଭାରତୀ ଆର୍ଯ୍ୟ।, ଉପସ୍ଥିତ ରହି ସହଯୋଗ କରିଥିଲେ। ସର୍ବଶେଷରେ ଅକ୍ଷୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande