ବଲାଙ୍ଗିର, ୯ ଅଗଷ୍ଟ (ହି.ସ.)-
ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପୈାରାଂଚଳ ଆଦିବାସୀ ସମାଜ, ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ ମିଳିତ ଆନୁକୁଲ୍ୟରେ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।
ପ୍ରାରମ୍ଭରେ ପ୍ରକୃତି ଶକ୍ତି ପୂର୍ବ ପୁରୁଷଙ୍କୁ ପୂଜା ସେବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଦହିତ ଭୋଇଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସମନ୍ୱୟ ପରିଷଦର ଜିଲ୍ଲା ସଭାପତି ମୀନକେତନ ମାଝୀ, ମୁଖ୍ୟବକ୍ତା ଅ୍ମାପକ ମଦନ ସିଂ ମାଝୀ, ସମ୍ମାନିତ ବକ୍ତା ଗଣେଶ ମାଝୀ, ସମ୍ମାନିତ ଅତିଥି ଭାବରେ କଲାହାଣ୍ଡି କୋଷାଧିକାରୀ ପ୍ରଦୀପ କୁମାର ମଲ୍ଲୀକ, ଦିଲ୍ଲିପ କୁମାର ଭୋଇ, ଯୋଗେଶ୍ୱର ଭୋଇ, ରୁଦ୍ରମଣି ମାଝୀ,ଶ୍ରୀକର ଧରୁଆ, ଲାଲମଣୀ ଧରୁଆ, ଧନଞ୍ଜୟ କୁମାର ରାଏ, ପୁସ୍ପକେତନ ଭୁଏ, ସୁଭାଂଶୁ ବାଗ ସଂଗଠିତ ରହି ଆଦିବାସୀ ସଂସ୍କୃତି, ପରମ୍ପରା, ଇତିହାସ,ଭାଷାକୁ ଜାଣିବା ଓ ବନ୍ଚାଇ ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ । ବିଶ୍ୱ ଆଦିବାସୀ ଦିବସକୁ ସରକାର ଛୁଟି ଦିବସ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତେ ଦାବି କରିଥିଲେ । ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୨୫ ବର୍ଷର ବାରତା “ଆଦିବାସୀ ଏବଂ କୃତ୍ରୀମ ବୁଦ୍ଧି- ଅଧିକାର ରକ୍ଷା କରିବା, ଭବିଷ୍ୟତ ଗଠନ କରିବା” ରଖିଛନ୍ତି । ଏହି ବାର୍ତ୍ତାର ମହତ୍ୱ ଓ ଗୁରୁତ୍ୱକୁ ଅବଗତ କରାଯାଇ ଏହାର ବିଭିନ୍ନ ଦିଗକୁ ଅଲୋଚନା କରାଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୨୨ ରୁ ୨୦୩୨କୁ ଅର୍ନ୍ତଜାତୀୟ ଆଦିବାସୀ ଭାଷା ଦଶନ୍ଧି ଭାବରେ ଘୋଷଣା କରିଥିବାରୁ ଭାଷାର ସୁରକ୍ଷା ପାଇଁ ମତ ପ୍ରକାଶ ପାଇଥିଲା । ଶେଷରେ ନୃପ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ