ମହାରାଷ୍ଟ୍ରର ବାରାମତୀ ଏୟାରପୋର୍ଟରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ
ମୁମ୍ବାଇ, 9 ଅଗଷ୍ଟ (ହି.ସ.)- ମହାରାଷ୍ଟ୍ରର ପୁଣେ ଜିଲ୍ଲାର ବାରାମତୀ ବିମାନବନ୍ଦରରେ ଶନିବାର ସକାଳେ ରେଡ୍ ବର୍ଡ କମ୍ପାନୀର ଗୋଟିଏ ପ୍ରଶିକ୍ଷଣ ବିମାନ ଟେକ୍ନିକାଲ ସମସ୍ୟା କାରଣୁ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ପ୍ରଶିକ୍ଷୁ ପାଇଲଟ୍ ବିବେକ ଯାଦବ ବିମାନକୁ ନିୟନ୍ତ୍ରଣ କରିନେଇଥ
ମହାରାଷ୍ଟ୍ରର ବାରାମତୀ ଏୟାରପୋର୍ଟରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ


ମୁମ୍ବାଇ, 9 ଅଗଷ୍ଟ (ହି.ସ.)- ମହାରାଷ୍ଟ୍ରର ପୁଣେ ଜିଲ୍ଲାର ବାରାମତୀ ବିମାନବନ୍ଦରରେ ଶନିବାର

ସକାଳେ ରେଡ୍ ବର୍ଡ କମ୍ପାନୀର ଗୋଟିଏ ପ୍ରଶିକ୍ଷଣ ବିମାନ ଟେକ୍ନିକାଲ ସମସ୍ୟା କାରଣୁ ଦୁର୍ଘଟଣାଗ୍ରସ୍ତ

ହୋଇଛି । କିନ୍ତୁ ପ୍ରଶିକ୍ଷୁ ପାଇଲଟ୍ ବିବେକ ଯାଦବ ବିମାନକୁ ନିୟନ୍ତ୍ରଣ କରିନେଇଥିଲେ, ଫଳସ୍ୱରୂପ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ।

ଏବେ ବିମାନର ମରାମତି କାମ ଚାଲିଛି। ବାରାମତୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ବିବେକ ଯାଦବ ବିମାନକୁ ଲ୍ୟାଣ୍ଡ କରୁଥିବା ବେଳେ ବିମାନରେ ଯାନ୍ତ୍ରିକ

ତ୍ରୁଟି ଦେଖାଦେଇଥିଲା ଓ ବିମାନର ଆଗ ଚକ ଖସିଯାଇଥିଲା। ଏହା ପରେ ସେ ଜରୁରୀକାଳୀନ ଲ୍ୟାଣ୍ଡିଂ ପାଇଁ

ଚେଷ୍ଟା କରିଥିଲେ, କିନ୍ତୁ ବିମାନ କ୍ଷତିଗ୍ରସ୍ତ

ହୋଇଥିଲା।

ସୂଚନା ମିଳିବା ମାତ୍ରେ ପ୍ରଶିକ୍ଷଣ ସ୍ଥଳରେ ଆତଙ୍କ ଖେଳିଯାଇଥିଲା । ବିମାନବନ୍ଦରରେ ଥିବା

କର୍ମଚାରୀମାନେ ତୁରନ୍ତ ସାହାଯ୍ୟ ପାଇଁ ଆସିଥିଲେ। ପରେ କମ୍ପାନୀର କର୍ମଚାରୀମାନେ ବିମାନକୁ ଗୋଟିଏ

କଡକୁ ନେଇ ତାହାର ମରାମତି କାମ ଆରମ୍ଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande