ଭଦ୍ରକାଳୀ ଡ଼ିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ
ଭଦ୍ରକ, ୯ ଅଗଷ୍ଟ (ହି.ସ.) -ସ୍ଥାନୀୟ ସଂସ୍କୃତି ଭବନପରିସରେରେ ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ ପାଳିତ ହୋଇଛି । ଉକ୍ତ ଉତ୍ସବରେ ଲାୟନ ସନ୍ତୋଷ କୁମାର ପତି ସଭାପତି ଆସନ ଅଳଙ୍କୃତ କରିଥିଲେ । ଲାୟନ ବୈଲୋଚନ ବେହୁରିଆ ସଂପାଦକ ଓ ଲାୟନ ପ୍ରଦୀପ ସାବତ କୋଷାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ
bhadrakali divine


ଭଦ୍ରକ, ୯ ଅଗଷ୍ଟ (ହି.ସ.) -ସ୍ଥାନୀୟ ସଂସ୍କୃତି ଭବନପରିସରେରେ ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ ପାଳିତ ହୋଇଛି । ଉକ୍ତ ଉତ୍ସବରେ ଲାୟନ ସନ୍ତୋଷ କୁମାର ପତି ସଭାପତି ଆସନ ଅଳଙ୍କୃତ କରିଥିଲେ । ଲାୟନ ବୈଲୋଚନ ବେହୁରିଆ ସଂପାଦକ ଓ ଲାୟନ ପ୍ରଦୀପ ସାବତ କୋଷାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୫-୨୬ ବର୍ଷ ପାଇଁ ସନ୍ତୋଷ କୁମାର ପତିଙ୍କ ନେତୃତ୍ୱାଧୀନ କାର୍ଯ୍ୟବାହିକାମାନଙ୍କୁ ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଲାୟନ ପ୍ରକାଶ ଜେନା ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଲାୟନ ଜିଲ୍ଲା ଗଭର୍ଣ୍ଣର ପ୍ରଭାତ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ସୁଜାତା ମହାନ୍ତି ଯୋଗଦାନ କରି ସଭାମଣ୍ଡନ କରିଥିଲେ । ଲାୟନ ପ୍ରଭାତ ମହାନ୍ତି ସମାଜ ଉପଯୋଗୀ ଆବଶ୍ୟକତାକୁ ଲକ୍ଷ୍ୟ ରଖି ସେବାକାର୍ଯ୍ୟକୁ ଲୋକାଭିମୁଖୀ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲ୍ଲାର ଦ୍ୱିତୀୟ ଭାଇସ ଗଭର୍ଣ୍ଣର ଲାୟନ ଅଶୋକ ମହାନ୍ତି ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନରେ ଯୋଗ ଦେଇଥିବା ଏଗାର ଜଣ ସଦସ୍ୟଙ୍କୁ ଶପଥପାଠ ପୂର୍ବକ ଲାୟନ ପରିବାରଭୂ୍କ୍‌ତ କରାଇଥିଲେ । ଲାୟନ ପଦ୍ମନ ରାୟଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଚେୟାରମ୍ୟାନ ଲାୟନ ପ୍ରଭାତ ଧଳ ଓ ଜଏନ ଚେୟରମ୍ୟାନ ଲାୟନ ନିରଞ୍ଜନ ଲାଲ ଗୁପ୍ତା ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ର ସଭା ପରିଚାଳନା କରିଥିଲେ । ଲାୟନ ଗୀତାଞ୍ଜଳି ଦ୍ୱିବେଦୀ ଲାୟନ ଅମର ମହାନ୍ତି ଓ ଲାୟନ ତିଳୋତ୍ତମା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଲାୟନ ବୈଲୋଚନ ବେହୁରିଆ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଲାୟନ ପ୍ରଦୀପ ସାବତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାୟନ ପ୍ରମୋଦ ରାୟ,ନାରାୟଣ ମିଶ୍ର, ଲାୟନ ରାଜେନ୍ଦ୍ର ପଣ୍ଡା, ଲାୟନ ଅକ୍ଷୟ ଘଡ଼ାଇ, ଲାୟନ ମନୋଜ ନାୟକ, ଲାୟନ କବିତା ପତି, ଲାୟନ ବର୍ଷା ମଙ୍ଗଳ ସନ୍ଧ୍ୟା, ଲାୟନ ସୁରଥ ବଳ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande