ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)-ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ବଳଦେବ ଜୟନ୍ତୀ ଅବସରରେ କୋରାପୁଟର ଜୟପୁର
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ କୁନି କୁନି ପିଲାମାନଙ୍କର ଅଜସ୍ର ସ୍ନେହ ଓ ଭଲ
ପାଇବା ଦେଖି ଆନନ୍ଦିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ରାଜ୍ୟର ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ
ପାଇଁ ସବୁବେଳେ ବଦ୍ଧପରିକର। ଆଜିର ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ଜଣେ ସାଧାରଣ
ଓଡ଼ିଆ ଓ ଭାଇ ଭାବରେ ରାଜ୍ୟର ସମ୍ପୂର୍ଣ୍ଣ ନାରୀ ସମାଜକୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ
ଜଣାଇବା ସହ ଆପଣ ଓ ଆପଣଙ୍କ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା