ନୂଆଦିଲ୍ଲୀ, 9 ଅଗଷ୍ଟ (ହି.ସ.)-ଦକ୍ଷିଣ-ପୂର୍ବ ଦିଲ୍ଲୀର ଜୈତପୁର ଅଞ୍ଚଳରେ ବର୍ଷା ଯୋଗୁ ଗୋଟିଏ ଘରର
କାନ୍ଥ ଭୁଶୁଡିବା ଘଟଣାରେ ଶନିବାର 7 ଜଣଙ୍କର ମୃତ୍ୟୁ ଘଟିଛି।
ପୋଲିସ ଅନୁଯାୟୀ, ଲଗାତାର ବର୍ଷା ହେଉଥିବା ସମୟରେ ଘଟିଥିବା
ଏହି ଦୁର୍ଘଟଣାରେ 8 ଜଣ ଲୋକ ଆହତ ହୋଇଥିଲେ। ତାଙ୍କ ମଧ୍ୟରୁ 5 ଜଣକୁ ସଫଦରଜଙ୍ଗ ହସ୍ପିଟାଲକୁ
ନେଇଯିବା ସମୟରେ 4 ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟ 3 ଜଣକୁ ଏମ୍ସଟ୍ରମା
ସେଣ୍ଟରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନେ ମଧ୍ୟ ପରେ ମୃତ୍ୟୁବରଣ
କରିଥିଲେ। ଏହି ଦୁର୍ଘଟଣାରେ ଏକମାତ୍ର ରୋଗୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା