ଉତରକାଶୀ ଧରାଲୀ ବିପର୍ଯ୍ୟୟ- 5ଲକ୍ଷ ସହାୟତା ରାଶି ଘୋଷଣା କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଡେରାଡୁନ, 9 ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରକାଶୀର ଧରାଳୀ ଅଞ୍ଚଳରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନରେ ପ୍ରଭାବିତ ଲୋକମାନେ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟ ସରକାର ପକ୍ଷରୁ ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଘର ଓ ବିପ
ଉତରକାଶୀ ଧରାଲୀ ବିପର୍ଯ୍ୟୟ- 5ଲକ୍ଷ ସହାୟତା ରାଶି ଘୋଷଣା କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ


ଡେରାଡୁନ, 9 ଅଗଷ୍ଟ (ହି.ସ.)- ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରକାଶୀର ଧରାଳୀ ଅଞ୍ଚଳରେ ବାଦଲ

ଫଟା ବର୍ଷା ଏବଂ ଭୂସ୍ଖଳନରେ ପ୍ରଭାବିତ ଲୋକମାନେ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ରାଜ୍ୟ ସରକାର ପକ୍ଷରୁ ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଘର ଓ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା

ଲୋକଙ୍କର ପରିଜନଙ୍କୁ 5 ଲକ୍ଷର ତୁରନ୍ତ ଆର୍ଥିକ ସହଯୋଗ ଦିଆଯିବା ଘୋଷଣା କରାଯାଇଛି।

ଏହା ସହିତ, ପୁନର୍ବାସ, ସମଗ୍ର ପୁନଃନିର୍ମାଣ ଓ ଜୀବିକା

ସୁଦୃଢ଼ିକରଣ ନିମନ୍ତେ ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ 3 ସଦସ୍ୟ ଥିବା ଗୋଟିଏ କମିଟି ଗଠନ

କରାଯାଇଛି। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟେକ ବିପର୍ଯ୍ୟୟ

ପ୍ରଭାବିତ ନାଗରିକଙ୍କ ସହିତ ଅଛନ୍ତି ଏବଂ ଯଥାମ୍ଭବ ସମସ୍ତ ସାହାଯ୍ୟ ପ୍ରଦାନ କରାଯିବ। ଶାସନ

ସ୍ତରରୁ ରେସକ୍ୟୁ ଓ ପୁନର୍ବାସ କାର୍ଯ୍ୟକଳାପକୁ ଦ୍ରୁତ ଓ ପ୍ରଭାବଶାଳୀ କରାଯିବ।

ଉତ୍ତରକାଶୀ ଜିଲ୍ଲାର ଧରାଳୀ ଗ୍ରାମ, ଭଟୱାଡ଼ି ତହସିଲରେ ଯେଉଁ ଲୋକଙ୍କର ଘର

ଶତ-ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କ ପୁନର୍ବାସ/ପୁନଃସ୍ଥାପନ ପାଇଁ 5

ଲକ୍ଷର ତୁରନ୍ତ ସାହାଯ୍ୟ ଦିଆଯିବ। ଏହି ସହିତ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକଙ୍କର

ପରିବାରକୁ ମଧ୍ୟ 5 ଲକ୍ଷର ଆର୍ଥିକ ସହଯୋଗ ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନେ ଏହି

କଷ୍ଟକର ସମୟରେ କିଛି ଆର୍ଥିକ ଆଶ୍ରୟ ପାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande