ନୂଆଦିଲ୍ଲୀ, 9 ଅଗଷ୍ଟ (ହି.ସ.)
- ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଣାଳୀକୁ ସ୍ୱଚ୍ଛ କରିବା ଦିଗରେ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପରେ, 334ଟି
ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ଞ୍ଜୀକରଣ ବାତିଲ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହି ତାଲିକାରୁ ନାମ ହଟାଇ ନିର୍ବାଚନ ପ୍ରଣାଳୀକୁ ସ୍ୱଚ୍ଛ କରିବା ଆୟୋଗର
ବ୍ୟାପକ ଓ କାର୍ଯ୍ୟନୀତିର ଅଂଶ ଅଟେ ।
ଏହା ଦ୍ୱାରା ଦେଶରେ ବର୍ତ୍ତମାନ 6ଟି ଜାତୀୟ ଦଳ, 67ଟି
ରାଜ୍ୟ ସ୍ତରୀୟ ଦଳ ଏବଂ 2520ଟି ପଞ୍ଜୀକୃତ କିନ୍ତୁ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଅଛନ୍ତି।
ଆୟୋଗ ଅନୁଯାୟୀ, ଯେକୌଣସି ପଞ୍ଜୀକୃତ
ରାଜନୈତିକ ଦଳକୁ 6 ବର୍ଷ ମଧ୍ୟରେ ଅତିକମରେ ଥରେ ନିର୍ବଚନ ଲଢ଼ିବା ସହିତ ସମ୍ପୂର୍ଣ୍ଣ ବିବରଣୀ
ଆୟୋଗ ନିକଟରେ ଅପଡେଟ କରିବା ଅନିବାର୍ଯ୍ୟ।
ଜୁନ ମାସରେ ଆୟୋଗ ତାଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଲୋକ ପ୍ରତିନିଧିତ୍ୱ ଆଇନ 1951
ଅନୁଯାୟୀ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ 345ଟି ଦଳ
ଉପରେ ତଦନ୍ତ କରିବାକୁ ଦେଇଥିଲେ। ଏହି ତଦନ୍ତ ରିପୋର୍ଟ ଅନୁଯାୟୀ 345 ମଧ୍ୟରୁ 334ଟି ଦଳ ନିୟମର
ପାଳନ କରିନଥିଲେ। ଅନ୍ୟ ମାମଲାଗୁଡିକୁ ପୁଣିଥରେ ସତ୍ୟାପନ ପାଇଁ ପଠାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା