ପୁରୀ, ୯ ଅଗଷ୍ଟ (ହି.ସ.)- ଭାରତୀୟ ସଂସ୍କୃତି ଓ ଜାପାନର ସଂସ୍କୃତି ମଧ୍ଯରେ ଭାବର ଆଦାନପ୍ରଦାନକୁ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ବୁଝାଇ ଦିଆଯାଇଥିଲା । ଜାପାନି ମହିଳା ମାନେ ସେଣ୍ଟରର ସଭାପତି ଶ୍ରୀମନ୍ତ ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଧୂପ ଦୀପ ସହ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ । ଓଡ଼ିଆ ସଂସ୍କୃତିରେ ଭାଇ ଭଉଣୀର ସମ୍ପର୍କ, ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବା ସଂପର୍କରେ ଜାପାନି ଭାଷାରେ ଶ୍ରୀ ଦାଶ ବୁଝାଇଥିଲେ । ସେଣ୍ଟରରେ ଥିବା ଭଉଣୀ ମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଜଣେ ଜାପାନିଙ୍କ ଝିଅ ତାଙ୍କ ଛୋଟ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା । ରାକ୍ଷୀର ମହତ୍ତ୍ବ, ଭଉଣୀକୁ ସୁରକ୍ଷା ଦେବା ପାଇଁ ଭାଇର ପ୍ରତିଶ୍ରୁତି, ଶ୍ରୀମନ୍ଦିର ଶ୍ରୀବଳଭଦ୍ରଙ୍କ ଜନ୍ମ କଥା, ଗୋମାତାଙ୍କୁ ପୂଜା କରିବା, ଚାଷୀକୂଳରେ ହଳଲଙ୍ଗଳ ଗହ୍ମା ପୂର୍ଣ୍ଣିମା ଠାରୁ ଧୂଆ ଧୋଇ କରି ପରିଷ୍କାର କରିବା ସଂପର୍କରେ ଶ୍ରୀ ଦାଶ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଜାପାନି ମାନେ ଓଡ଼ିଆ ସଂସ୍କୃତି ପରମ୍ପରା ଓ ପିଠାପଣା ସଂପର୍କରେ ଜାଣି ଖୁସିବ୍ୟକ୍ତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ