ଅଗଷ୍ଟ କ୍ରାନ୍ତି ଦିବସରେ ବୀର ସହିଦଙ୍କୁ ନମନ କଲେ ଜୁଏଲ ଓରାମ
ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ଅଗଷ୍ଟ କ୍ରାନ୍ତି ଦିବସରେ ବୀର ସହିଦଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ଛାଡ ଆନ୍ଦୋଳନର ସ୍ମୃତିରେ ସ୍ୱାଧୀନତାର ସମସ୍ତ ନାୟକଙ୍କୁ ନମନ କରି ସମସ୍ତ ଦେଶବାସୀ
ଅଗଷ୍ଟ କ୍ରାନ୍ତି ଦିବସରେ ବୀର ସହିଦଙ୍କୁ ନମନ କଲେ ଜୁଏଲ ଓରାମ


ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ଅଗଷ୍ଟ କ୍ରାନ୍ତି ଦିବସରେ ବୀର ସହିଦଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ଛାଡ

ଆନ୍ଦୋଳନର ସ୍ମୃତିରେ ସ୍ୱାଧୀନତାର ସମସ୍ତ ନାୟକଙ୍କୁ ନମନ କରି ସମସ୍ତ ଦେଶବାସୀଙ୍କୁ ଅଗଷ୍ଟ

କ୍ରାନ୍ତି ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

1942 ମସିହା ଆଜିର ଦିନରେ ଗାନ୍ଧିଜୀ କର ବା ମର ନାରା ଦେଇ ବ୍ରିଟିଶ ଶାସନକୁ ଚ୍ୟାଲେଂଜ

ଦେଇଥିଲେ ।ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶବାସୀ ବ୍ରିଟିଶ ଭାରତ ଛାଡ ସଂକଳ୍ପକୁ ଆତ୍ମସରତ କରି

ସ୍ୱାଧୀନତା ପାଇଁ ଦେଶବ୍ୟାପୀ ଅଭିଯାନ ଚଳାଇଥିଲେ ।

ଦେଶର ସ୍ୱାଧୀନତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ

ଏହି ଦେଶ ସର୍ବଦା ଋଣୀ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande