ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର କଳ୍ପନାଛକ ଠାରେ ପ୍ରଦେଶ କଂଗ୍ରେସ ସଭାପତି କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ରାଜ୍ୟ ସଂଗ୍ରହାଳୟ ସମ୍ମୁଖସ୍ଥ ସହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ଦାସ ଏବଂ ଅନ୍ୟ ସମସ୍ତ ନେତୃବୃନ୍ଦ ମହାମନିଷୀ ମାନଙ୍କର ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାସ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ ଦାଶ, ଅଭୟ ସାହୁ, ମନୋରଞ୍ଜନ ଦାଶ, ଅକ୍ଷୟ ମୁଦୁଲି, ଅଜିତା କର ପ୍ରମୁଖ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା