ନିଗମ, ବୋର୍ଡ ଓ କମିଟି ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ - ମନମୋହନ ସାମଲ
ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ୨୦ ତାରିଖ ପରେ ରାଜ୍ୟ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର
ନିଗମ, ବୋର୍ଡ ଓ କମିଟି ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ - ମନମୋହନ ସାମଲ


ଭୁବନେଶ୍ୱର, ୦୯ ଅଗଷ୍ଟ(ହି.ସ)- ୨୦ ତାରିଖ ପରେ ରାଜ୍ୟ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ନିଗମ, ବୋର୍ଡ ଏବଂ କମିଟି ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦମାନଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ସହ ବୈଠକ ହୋଇଛି। ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତି ନିଆଯିବ। ୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ବର୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।

ସେହିପରି ସୁଭଦ୍ରା ଟଙ୍କାରେ ଲକ୍ଷପତି ଦିଦି ସୃଷ୍ଟି ସମ୍ପର୍କରେ ବିଜେଡିକୁ ଜବାବ ଦେଇ ମନମୋହନ ସାମଲ କହିଛନ୍ତି, ବିଜେଡି ୫ ବର୍ଷ ଅପେକ୍ଷା କରୁ। ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ଓଡ଼ିଶା ଲକ୍ଷ ପତି ଦିଦିରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ଏହା ସୌଭାଗ୍ୟର ବିଷୟ। ଓଡ଼ିଶାର ମହିଳାମାନେ କଠିନ ପରିଶ୍ରମ କରୁଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି, ଯାହା ଦ୍ୱାରା ଲକ୍ଷପତି ଦିଦି ହେବାର ସମ୍ଭାବନା ବଢ଼ିଛି। ସୁଭଦ୍ରା ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ଦେଇଛି, ମନରେ ଆତ୍ମବିଶ୍ୱାସ ବଢ଼ାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande